ଟିଭି

ନୀରବି ଗଲେ ‘ନୀରବ ଝଡ଼’ର ସ୍ରଷ୍ଟା ମନମୋହନ

ଭୁବନେଶ୍ୱର: ଆରପାରିରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ମନମୋହନ ମହାପାତ୍ର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମନମୋହନ ମହାପାତ୍ରଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି  ।

ମନମୋହନ ମହାପାତ୍ର ୧୯୫୧ମସିହା ନଭେମ୍ବର ମାସରେ ଖୋର୍ଦ୍ଧାରେ ଜନ୍ମଗ୍ରହଣ କରିଥିଲେ । ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମନମୋହନ ୧୯୭୫ ମସିହାରେ ପ୍ରଥମ କରି “ଆଣ୍ଟି-ମେମୋରିସ୍” ନାମକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ୧୯୮୧ ମସିହାରେ ‘ଶୀତ ରାତି’ର ନିର୍ଦ୍ଦେଶନା ତାଙ୍କୁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ଏବଂ ପ୍ରଥମ ଥର କୌଣସି ଆନ୍ତର୍ଜାତୀକ ଚଳଚ୍ଚିତ୍ର ଉତ୍ସବରେ ଏକ ଓଡ଼ିଆ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହୋଇଥିଲା ।

ଓଡ଼ିଆ କଥାଚିତ୍ର ବ୍ୟତୀତ, ସେ ବହୁ ଅନ୍ୟ ବୃତ୍ତଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ତଥା ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ କରିଛନ୍ତି  । ଏହାସହ ମୂହୁର୍ତ୍ତ, ଭିନ୍ନ ସମୟ, ଅଗ୍ନି ବୀଣା, ଅନ୍ଧ ଦିଗନ୍ତ, ନୀରବ ଝଡ଼ ଆଦି ତାଙ୍କର ଅନବଦ୍ୟ ସୃଷ୍ଟି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top