ନ୍ୟୁଜ୍

ଓମ୍ଫେଡ଼ କ୍ଷୀରକୁ ନେଇ ଅସନ୍ତୋଷ

ବାଲେଶ୍ବର : ଓମ୍ଫେଡ଼ କ୍ଷୀରକୁ ନେଇ ଅସନ୍ତୋଷ  ।  ବାଲେଶ୍ବର ରେମୁଣା ଜାନୁଗଞ୍ଜ ଠାରେ ଥିବା ଓମ୍ଫେଡ଼ ପ୍ଲାଣ୍ଟ ନାଁ ରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଓମ୍ଫେଡ଼ ପାର୍ଲର ଦୋକାନୀ। ଦୋକାନୀଙ୍କ କହିବା କଥା ଯେଉଁ  କ୍ଷୀର ପ୍ଲାଣ୍ଟ ସେମାନଙ୍କୁ ଦେଉଛି ସେ କ୍ଷୀର ନେଇ ଗ୍ରାହକ ବା ଚା ଦୋକାନୀ  ଗରମ କଲାବେଳକୁ କ୍ଷୀର ଛେନା ହୋଇ ଯାଉଛି। ଫଳରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି ଓ ଗ୍ରାହକ କ୍ଷତିରେ ପଡୁଛନ୍ତି। ଏ ନେଇ ଦୋକାନୀ ଜଣକ କିଛି ପୂର୍ବ ପ୍ୟାକିଙ୍ଗ ଅର୍ଥାତ 10ତାରିଖ 11ତାରିଖ ଓ 12ତାରିଖ ଦିନର କ୍ଷୀର ନେଇ ପ୍ଲାଣ୍ଟରେ ପହଂଚି ପ୍ଲାଣ୍ଟ ମ୍ୟାନେଜରଙ୍କୁ ଜଣାଇ ଥିଲେ ସୁଦ୍ଧା ସେ ଏ କଥାକୁ ସ୍ୱୀକାର କରିବା ପରିବର୍ତ୍ତେ ଓଲଟି ତାଙ୍କୁ ପ୍ୟାକିଙ୍ଗ ଓ ବ୍ୟବହାରର ପାଠ ପଢ଼ାଇ ନାଲିଆଖି ଦେଖାଇ ଥିଲେ।

ଏ ନେଇ ସେ ଆଣିଥିବା କ୍ଷୀରକୁ ପ୍ଲାଣ୍ଟ ଆଗରେ ରଖି ନଗଦ ପ୍ୟାକିଙ୍ଗ କ୍ଷୀର ଦେବାପାଇଂ କହିଥିଲେ। ହେଲେ କେହି ତାଙ୍କ କଥା ଶୁଣିନଥିଲେ। ପରେ ରେମୁଣା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରୁଥିବା ଜଣା ପଡ଼ିଛି। ଏ ନେଇ ଆମେ ପ୍ଲାଣ୍ଟର ଜଣେ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଚାହିଁଥିଲୁ ହେଲେ ସେ ଗଣମଧ୍ୟମର ବୁମକୁ ଠେଲି ଦେଇ କୌଣସି ପ୍ରତିକିୟା ନ ଦେଇ ଭିତରକୁ ପଳାଇ ଯାଇଥିଲେ ପ୍ଲାଣ୍ଟର କର୍ମଚାରୀ। ଏ ନେଇ ରେମୁଣା ପୋଲିସର କହିବା କଥା ଦୋକାନୀ ଜଣକ ଯେଉଁ ଅଭିଯୋଗ ଆଣିଛନ୍ତି ଏ ନେଇ ସେ ପ୍ଲାଣ୍ଟ ମ୍ୟାନେଜରଙ୍କ ସହ ଆଲୋଚନା କରିବେ ଓ ଯଦି ଏହି ଅଭିଯୋଗର ସତ୍ୟତା ଥାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top