ଅପରାଧ

ଜାଲ୍‌ ଚାଷୀ କାର୍ଡ ବଣ୍ଟନର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

Farmer

ଭଦ୍ରକ: ଚାନ୍ଦବାଲିରେ ଜାଲ୍‌ ଫାର୍ମର କାର୍ଡ ବାଣ୍ଟିବା ଘଟଣାର ତଦନ୍ତ ଆରମ୍ଭ କରିବ କୃଷି ବିଭାଗ । ଏନେଇ ସ୍ଥାନୀୟ ଜିଲ୍ଳାପାଳ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମିଛ ସଂସ୍ଥା ଗାଁରେ ବୁଲି ବୁଲି ଲୋକଙ୍କଠାରୁ 100 ରୁ 200 ଟଙ୍କା ନେଇ ଜାଲ ଫାର୍ମର କାର୍ଡ ବାଣ୍ଟୁଥିଲା । ଅର୍ଗସ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ କୃଷି ବିଭାଗର ଚେତା ପଶିଛି ।ତେଣୁ ସ୍ଥାନୀୟ ଲୋକେ କହୁଛନ୍ତି ଅର୍ଗସ ଗଣମାଧ୍ୟମ ଏହି ଖବର ପ୍ରକାଶ କରିବା ପରେ ଏହାର ପ୍ରଭାବ ପଡ଼ିଛି । ଯାହା ଫଳରେ ଗରିବ ଲୋକେ ଏବେ ଠକାମୀର ଶିକାର ହେବେ ନାହିଁ ।

କୃଷିବିଭାଗ କ୍ଷେତ୍ର ପରିଦର୍ଶନ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏନେଇ ଚାନ୍ଦବାଲିରେ ଜନସାଧାଣ  ଅର୍ଗସ ଗଣମାଧ୍ୟକୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ଘଟଣାରେ ସଂପୃକ୍ତ ଦୋଷୀ ଉପରେ ଦୃଢ଼ କାର୍ଯ୍ୟନୁଷ୍ଟାନ ଗହଣ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଚାନ୍ଦବାଲିରେ କିଛି ଦିନ ହେବ ସକ୍ରିୟ ହୋଇଉଠିଛନ୍ତି କିଛି ଦଲାଲ, ଗାଁ ଗାଁ ବୁଲି ଚାଷୀ ମାନଙ୍କ ପରିବାରଙ୍କୁ ଫାର୍ମର ଆଇଡ଼ି କାର୍ଡ଼ କରାଇଦେବା ନାଁରେ ୧୦୦ରୁ ୨୦୦ ଟଙ୍କା ଲୁଟି ନେଇଛନ୍ତି । ଏହି ଜାଲ୍‌ ପରିଚୟ ପତ୍ର କାରବାର କେବଳ ଚାନ୍ଦବାଲିରେ ନୁହେଁ ଏହାର ଚେର ଏବେ ସାରା ଓଡ଼ିଶାରେ ଲମ୍ବିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top