ଅପରାଧ

ଅଶାନ୍ତ ସ୍ୱାଭିମାନ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗ୍ରାମବାସୀଙ୍କ ମେଳି !

Malkangiri Swaviman

ମାଲକାନଗିରି: ଅଶାନ୍ତ ହୋଇ ପଡ଼ିଛି ସ୍ୱାଭିମାନ ଅଞ୍ଚଳ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥମିବାର ନାଁ ଧରୁନି ଉତ୍ତେଜନା । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପାପରମେଟଲାଠାରେ ହଜାର ହାଜର ଗ୍ରାମବାସୀଙ୍କର ମେଳି । ତେଣୁ କୌଣସି ଅଘଟଣର ଆଶଙ୍କା କରି ଆଜି ଜନ୍ତାପାଇ ସାପ୍ତାହିକ ହାଟକୁ ବାତିଲ କରାଯାଇଥିଲା । ସେଠାରେ 144 ଧାରା ଲାଗୁ କରିଛି ପୋଲିସ ।

ସ୍ୱାଭିମାନ ଅଞ୍ଚଳରେ ପୋଲିସର ଛାଉଣୀ । ସ୍ୱାଭିମାନ ଅଞ୍ଚଳର ପୁରା ପରିବେଶ ଅଶାନ୍ତ । ନଈ ଏପାରିରେ ପୋଲିସ ସେ ପାରିରେ ଉତ୍ତ୍ୟକ୍ତ ଜନତା । ପୋଲିସ ଛାଉଣୀ ସହ ସ୍ଥିତି ଉପରେ ନଜର ରଖିଛି ଡ୍ରୋନ କ୍ୟାମେରା । ଗତ ଶନିବାର ସ୍ୱାଭିମାନ ଅଞ୍ଚଳସ୍ଥିତ ଜନ୍ତାପାଇରେ ରାଜୁ ହନ୍ତାଳଙ୍କର ମୃତ ଦେହ ଉଦ୍ଧାର ଘଟଣାକୁ ଏକ ସପ୍ତାହ ପୁରି ଯାଇଛି । ହେଲେ ଉତ୍ତେଜନା କିନ୍ତୁ ଥମିବାର ନାଁ ଧରୁନି । ପାପରମେଟଲା ଗ୍ରାମରେ ହଜାର ହଜାର ଗ୍ରାମବାସୀ ମେଳି ବାନ୍ଧିଥିବା ବେଳେ ଏଥିରେ ଆନ୍ଧ୍ରର ଆଦିବାସୀ ମାନେ ମଧ୍ୟ ସାମିଲ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ ଜନ୍ତାପାଇ ଓ ଏହାର ଆଖାପାଖ ଅଞ୍ଚଳରେ 144 ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ ।

ଏହା ପୂର୍ବରୁ ପାପରମେଟଲା ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ ଗାଁ ଲୋକେ । ଗାଁରେ ଉତ୍ତେଜନା ବୃଦ୍ଧି ପାଇବା ସହ ତାହା ଉଗ୍ର ରୂପ ଧାରଣ କରିଥିଲା ।  ଶୁକ୍ରବାର ଯନ୍ତାପାଇ ସାପ୍ତାହିକ ହାଟରୁ ରାଜୁ ନିଖୋଜ ଥିଲେ । ହାଟରୁ କେହି ଦୁଇ ଜଣ ବ୍ୟକ୍ତି ତାଙ୍କୁ ଡାକି ନେଇଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପୁରା ସ୍ୱାଭିମାନ ଅଞ୍ଚଳରେ ଖେଳି ଯାଇଥିଲା ଅଶାନ୍ତି । ବିଏସଏଫ ଯବାନଙ୍କର ମାଡରେ ରାଜୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ବିକ୍ଷୋଭ କରିଥିଲେ ଗ୍ରାମବାସୀ । ଏମିତି କି ପୋଲିସ ଉପରେ ଅକ୍ରମଣ ମଧ୍ୟ କରିଥିଲେ । ଏଯାଏଁ ଉତ୍ତେଜନା ଥମିନାହିଁ ।

ସ୍ୱାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ଙ୍କର କ୍ୟାମ୍ପ୍‌ ହେବା ପରେ ବ୍ୟାକ୍‌ ଫୁଟରେ ଥିବା ଲାଲ ବାହିନୀ ରାଜୁ ହନ୍ତାଳଙ୍କର ମୃତ୍ୟୁକୁ କେନ୍ଦ୍ର କରି ଲୋକ ସମର୍ଥନ ନେଇ ସ୍ୱାଭିମାନ ଅଞ୍ଚଳରେ ପୁନର୍ବାର ସେମାନଙ୍କର ସ୍ଥିତି ଫେରାଇବାକୁ ଉଦ୍ୟମ ଜାରି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top