X
Breaking News
ଟିଭି

ଝେଲମ ନଦୀକୁ ଡେଇଁପଡିଲେ ଦିୟା, ଜୀବନ ବଞ୍ଚାଇଲେ ଭାରତୀୟ ଯବାନ !

diya
courtesy: www.cinejolly.com

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଯାଙ୍କୁ ଦେଖିବାକୁ ମିଳିବ ଏକ ଓ୍ୱେବ ସିରିୟଲରେ । ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ତିଆରି ହେବାକୁ ଯାଉଥିବା ଓ୍ୱେବ ସିରିୟଲ ‘କାଫିର’ର ସୁଟିଂ ପାଇଁ ବଲିଉଡ ଅଭିନେତ୍ରୀ ଦିୟା ମିର୍ଯା ଏବଂ ଅଭିନେତା ମୋହିତ ରେନା ସାଙ୍ଗଲର ବାଦିଓରେ ପହଞ୍ଚି ସାରିଛନ୍ତି । ନିର୍ଦ୍ଦେଶକ ସୋନମ ନାୟର ପୁରା ୟୁନିଟ ସହ ଲାଇଟ, କ୍ୟାମେରା ଏବଂ ଆକ୍‌ସନ୍‌ କରୁଛନ୍ତି । ସାଙ୍ଗଲା ଏବଂ ରିକାଙ୍ଗପିଓରେ ଫିଲ୍ମର ଅନେକ ସିନ ରେଡି ହୋଇସାରିଲାଣି ।

diya

courtesy: www.amarujala.com

କିନାରୁମାନଙ୍କ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାଙ୍ଗଲା, ବଟସେରୀ, କାନୁରୋ, ଖରୋଗଲା ଏବଂ ରକ୍ଷମ ନିକଟରେ ପାଞ୍ଚ ଦିନ ହେବ ପୁରା ୟୁନିଟ୍‌ ପରିଶ୍ରମ କରିଚାଲିଛି । ଫିଲ୍ମର ଅନ୍ୟ ସିନ କପ୍ଲା, ରିକାଙ୍ଗପିଓ, ଚିନି ମାର୍କେଟ, ରୋଧି ଏବଂ ବ୍ରେଲିଙ୍ଗରେ ସୁଟିଂ ହେବ । ପୁରା ଟିମ୍‌ ୨୫ ପର୍ଯ୍ୟନ୍ତ ସେଠି ରହିବାର ସୂଚନା ମିଳିଛି ।  ଅଭିନେତ୍ରୀ ଦିୟା ମିର୍ଯା ଏବଂ ମୋହିତ ରେନା ପିଓକେରେ ରହୁଛନ୍ତି । ଅଭିନେତ୍ରୀ ଦିୟା ମିର୍ଯା ଏବଂ ମୋହିତ ରେନା ପିଓକେରେ ରହୁଛନ୍ତି ।

diya

courtesy: www.amarujala.com

ଏହି ସମୟରେ ପିଲ୍ମର ଅଭିନେତ୍ରୀ କୌଣସି କାରଣରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ଝେଲମ ନଦୀକୁ ଡେଇଁ ପଡୁଛନ୍ତି । ତେବେ ସେହି ସମୟରେ ଭାରତୀୟ ସେନା ତାଙ୍କୁ ବଞ୍ଚାଉଛନ୍ତି । ଏହି ଠାରୁ ପିଲ୍ମର କାହାଣୀ ଆରମ୍ଭ ହେଉଛି । କିନ୍ତୁ ଟିମ୍‌ ଏହାର ଆଗକୁ ଥିବା କାହାଣୀ ବିଷୟରେ କହିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top