ଟେକ୍ନୋଲୋଜି

ମୋବାଇଲ୍ ଫୋନ୍‌ର ବ୍ୟାଟେରୀ ୨୦ ପ୍ରତିଶତରୁ ଅଧିକ ଥିଲେ ରିଚାର୍ଜ କରନ୍ତୁ ନାହିଁ : ଗବେଷକ

ଭୁବନେଶ୍ୱର: ଯଦି ମୋବାଇଲ୍ ଫୋନର ବ୍ୟାଟେରୀ ୨୦ ପ୍ରତିଶତ ତଳକୁ ଯାଇ ନାହିଁ ତେବେ ତାହାକୁ ରିଚାର୍ଜ କରନ୍ତୁ ନାହିଁ ବୋଲି କହିଛନ୍ତି ଜଣେ ବିଶିଷ୍ଟ ଗବେଷକ । ସାଧାରଣତଃ ମୋବାଇଲର ବ୍ୟାଟେରୀ ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ରିଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କ ଠାରେ ଥାଏ । ତେବେ ଏହା ଦ୍ୱାରା ମୋବାଇଲର ଡିଭାଇସ୍ ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହାର ଜୀବନ କାଳ ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଖଡଗପୁରର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲସ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସିଦ୍ଧାର୍ଥ ଦାସ ।

ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡ୍ସ୍ ଇନ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି” ଶୀର୍ଷକ ଜାତୀୟ କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟରେ ପ୍ରଫେସର ଦାସ କହିଛନ୍ତି ଯେ ଯେତେବେଳେ ସେତେବେଳେ ମୋବାଇଲ୍ ରିଚାର୍ଜ କରିବା କିମ୍ବା ୨୦ ପ୍ରତିଶତ ଉପରକୁ ଚାର୍ଜ ଥିଲେ ଏହାକୁ ପୁଣି ଥରେ ଚାର୍ଜରେ ବସାଇବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଇଥାଏ ।

ମୋବାଇଲ୍ ଫୋନର ବ୍ୟାଟେରୀ ମ୍ୟାନେଜମେଣ୍ଡ ସଫ୍ଟୱେୟାର ଦ୍ୱାରା ବ୍ୟାଟେରୀ ପରିଚାଳିତ ହୋଇଥାଏ । ସେହିପରି ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ଫୋନରେ କଥା ହେବା ବିପଜ୍ଜନକ । ମୋବାଇଲ୍ ଫୋନ୍ ବିସ୍ଫୋରଣରେ କିଛି କିଛି ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଥିବା ସେ କହିଛନ୍ତି । ତେବେ ଏସବୁ ଅପେକ୍ଷା ବଜ୍ରପାତ ଜନିତ ଘଟଣା ଅଧିକ ଘଟୁଥିବା ସେ କହିଛନ୍ତି ।

ପ୍ରଫେସର ଦାସ କହିଥିଲେ ଯେ ଶକ୍ତିସମ୍ପନ୍ନ ଖଣିଜ ପଦାର୍ଥ ସ୍ଥାନରେ ଅଣଶକ୍ତିସମ୍ପନ୍ନ ଖଣିଜ ପଦାର୍ଥର ବ୍ୟବହାର ନେଇ ଗବେଷଣା କରାଯାଉଛି । ସେହିପରି ମେଟାଲ୍ ଏୟାର ବ୍ୟାଟେରୀ, ରେଡକ୍ସ ଫ୍ଲୋ ବ୍ୟାଟେରୀ ଏବଂ ଲିଥିୟମ୍ ସଲଫର ବ୍ୟାଟେରୀର ଊଦଭାବନ ଦିଗରେ ଅଧିକ କାର୍ଯ୍ୟ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top