ଅପରାଧ

ବାଟବଣା 5ଟି ? ପିଲା ଜନ୍ମ ପରେ ଆଶାକର୍ମୀଙ୍କୁ ଲାଞ୍ଚ ମାଗିଲେ ଡାକ୍ତର !

ବୌଦ୍ଧ: ରାଜ୍ୟ ସରକାରଙ୍କ 5ଟି ଏବେ ବାଟବଣା ! 5ଟି ମଧ୍ୟରେ ଟ୍ରାନ୍ସପରେନ୍ସିର ବାର୍ତ୍ତା ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜଧାନୀରୁ ଆରମ୍ଭ କରି ଉପାନ୍ତ ସବୁଠି କେଳେଙ୍କାରୀର ଖବର ସାମ୍ନାକ ୁ ଆସୁଛି । ରାସ୍ତା କାମରେ କଣ୍ଟ୍ରାକ୍ଟର, ଜେଇ ପିସି ମାଗୁଥିବା ଖବର ତ ସବୁ ଜାଣିଥିବେ ଏବେ ପିଲା ଜନ୍ମ ହେବା ପରେ ଡକ୍ତର ବି ଲାଞ୍ଚ ମାଗୁଥିବା ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ 5ଟି ସଚିବ ଡାକ୍ତରଖାନାରୁ ଥାନା ସବୁଠି ବୁଲି 5ଟି ବିଷୟରେ ସଚେତନ କରୁଛନ୍ତି । କିନ୍ତୁ ଲାଞ୍ଚୁଆ ଅଧିକାରୀଙ୍କ ସଂଖ୍ୟା ବଢ଼ୁଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ।

ଗତ କିଛିଦିନ ତଳେ ମନମୁଣ୍ଡା ଡାକ୍ତରଖାନାର ଜଣେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଲାଞ୍ଚ ମଗା ଯାଇଥିବା ଭଳି ସାଙ୍ଘାତିକ୍ ଅଭିଯୋଗ ପଦାକୁ ଆସିଥିଲା । ସେହିଭଳି ଆଜି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଆଉ ଏକ ଅଭିଯୋଗ । ତେବେ ଆଶ୍ଚର୍ଯ୍ୟର କଥା ହେଲା ଅଭିଯୋଗକାରୀ ହେଉଛନ୍ତି ଜଣେ ଆଶାକର୍ମୀ । ଅଭିଯୋଗ ଅନୁଯାୟୀ ଗତକାଲି ସମ୍ପୃକ୍ତ ଆଶାକାର୍ମୀ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପିଲା ଜନ୍ମ ହେବା ପରେ ଡାକ୍ତରଙ୍କୁ ଦସ୍ତଖତ ପାଇଁ ଆଶାକାର୍ମୀ କହିବାରୁ ଡାକ୍ତର ତାଙ୍କୁ 600 ଟଙ୍କା ଦାବି କରିଥିଲେ । ଆଗରୁ ମଧ୍ୟ ପ୍ରତ୍ୟେକ ଥର ଟଙ୍କା ମାଗୁଥିବାର କଥା ମଧ୍ୟ କହିଛନ୍ତି ଅଶାକର୍ମୀ । ଶେଷରେ  ବାଧ୍ୟହୋଇ ଆଶକାର୍ମୀ ଜଣଙ୍କ ଗଣମାଧ୍ୟମର ସାହାରା ନେଇଥିବା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top