ଅପରାଧ

ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକ୍ସନ୍‌ ଯୋଗୁଁ ରୋଗୀ ମୃତ !

KDP

କେନ୍ଦ୍ରାପଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ୍‌ ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ପ୍ରତିବାଦରେ ଡାକ୍ତର କୂଳମଣି ବରାଳଙ୍କ ମେଡିକାଲ ପାଖ ବାସଭବନରେ ଉତ୍ୟକ୍ତ ଲୋକ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି । ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିଛି।

ମୃତ ମହିଳା ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳର ତସକିମା ଫରିନ । ତସକିମା ବାନ୍ତି ହେବାରୁ ତାଙ୍କୁ ଡାକ୍ତର ବରାଳଙ୍କ ଘରୋଇ କ୍ଲିନିକକୁ ଅଣାଯାଇଥିଲା। ଡାକ୍ତର ରକ୍ତ ପରିକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।

ରିପୋର୍ଟ ଆସିବା ପରେ ଏକ ଇଞ୍ଜେକ୍ସନ୍‌ ଦେଲେ ହଠାତ୍ ତକସିମା ଗୁରୁତର ହୋଇ ମୃତ୍ୟୁ ବରଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top