ଦେଶ

ଜଗା-କାଳିଆଙ୍କ ପାଇଁ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଭୁଲିଗଲେ ରାଜ୍ୟ ସରକାର ! ଦେଖନ୍ତୁ..

ASHOK MOHAPATRA_CARD_GFX_00000

ଭୁବନେଶ୍ୱର: ଜଗା କାଳିଆ  । ପାହାଡ ଜଙ୍ଗଲ ଘେରା କନ୍ଧମାଳର ଏହି ଯୋଡା ମୁଣ୍ଡ ଶିଶୁ ଏବେ ସାରା ଦେଶରେ ବେଶ ପରିଚିତ  । ଏବେ ଆଉ ସେ ଯୋଡା ମୁଣ୍ଡ ନୁହେଁ ବରଂ ଅଲଗା ଅଲଗା ହୋଇଯାଇଛନ୍ତି  । ଯୋଡି ହୋଇ ଦିଲ୍ଲୀ ଯାଇଥିଲେ  । ଅସ୍ତ୍ରୋପଚାର ପରେ ଆସିଲେ ଅଲଗା ହୋଇ  । ଜଗା କାଳିଆ ଫେରିବା ଦିନ କଟକ ଷ୍ଟେସନରେ ଭିଡ ହିଁ ବୟାନ କରୁଥିଲା ,ଏହି ଦୁଇ ଶିଶୁଙ୍କୁ ନେଇ ରାଜ୍ୟବାସୀ କେତେ ଖୁସି  । ଏହି ଖୁସିକୁ ନେଇ ରାଜ୍ୟ ସରକାର ଏକ ବଡ ପ୍ରେସ କନଫରରେନ୍ସ କରି ନିଜ  ସଫଳତା ବଖାଣିଲେ  । କିନ୍ତୁ ଆଶ୍ଚର୍ଯ୍ୟର କଥା ଏମାନଙ୍କ ପାଇଁ ଦେବଦୂତ ସାଜିଥିବା ଡାକ୍ତର ଅଶୋକ ମହାପାତ୍ରଙ୍କୁ ଭୁଲିଗଲେ  ।  ନିଜର ମାନସ ସନ୍ତାନ ଭଳି ଦୁହିଁଙ୍କ ପାଇଁ ଦିନରାତି ଏକ କରିଦେଇଥିବା ଡାକ୍ତର ଅଶୋକ ମହାପାତ୍ର ଏବେ ରାଜ୍ୟ ସରକାରଙ୍କ ପାଇଁ ସତେ ଯେମିତି ଅଦକାରୀ ପାଲଟି ଯାଇଛନ୍ତି  । ଯାହାକୁ ନେଇ ତାଙ୍କ ମନରେ କ୍ଷୋଭ ତ କହିବାନି, ତାଙ୍କ ମନର ଏକ କୋଣରେ କେଉଁଠି ନାଁ କେଉଁଠି ଅଭିମାନ ସ୍ପଷ୍ଟ ବାରି ହୋଇପଡୁଛି  ।

2017 ଜୁଲାଇରେ ଏହି  ଯୋଡାମୁଣ୍ଡ ଶିଶୁ ଦୀଲ୍ଲି ଏମ୍ସରେ ଭର୍ତ୍ତି ହେଲେ  । ତାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ  40 ଜଣିଆ ଡାକ୍ତରୀ ଟିମ୍ ଗଠନ କରାଗଲା  । ଏଥିରେ ଜାପାନୀ ଡାକ୍ତରୀ ଟିମ୍ ମଧ୍ୟ ସାମିଲ ଥିଲେ  । ଦୁଇଟି ପର୍ଯ୍ୟାୟରେ ଏହି ଅପରେସନ୍ ହୋଇଥିବା ବେଳେ ପ୍ରଥମେ ଅଗଷ୍ଟ 28ରେ ଓ ପରେ ଅକ୍ଟୋବର 25ରେ ଫାଇନାଲ ଅସ୍ତ୍ରୋପଚାର କରାଗଲା  । ଏଭଳି ଏକ ବିରଳ ଓ ଜଟିଳ ଅସ୍ତ୍ରୋପଚାର ଉପରେ ରହିଥିଲା ପ୍ରତିଟି ଓଡିଆଙ୍କ ନଜର  । ଅସ୍ତ୍ରୋପଚାର ସଫଳ  ହେବା ପରେ ଏବେ କିନ୍ତୁ ଏହି ଅସ୍ତ୍ରୋପଚାର ଭାରତୀୟ ଡାକ୍ତର କଲେ ନା ଜାପାନୀ ଡାକ୍ତର ତାକୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ ।

ଜଗାକାଳିଆ ଏବେ ଏସସିବିରେ ଚିକିତ୍ସିତ  । ଜଗାର ଅବସ୍ଥା ଭଲ ଥିବା ବେଳେ କାଳିଆର ସ୍ଥିତି ସାମାନ୍ୟ ଖରାପ ରହିଛି  । ଉଭୟଙ୍କୁ ଦେଖିବାକୁ ଇଛା ଥିଲେ ମଧ୍ୟ ମନର ଆବେଗକୁ ମନ ଭିତରେ ଜାବୁଡି ରଖି ନିଜକୁ ଦୂରେଇ ରଖିଛନ୍ତି ଡାକ୍ତର ଅଶୋକ ମହାପାତ୍ର  । ଅଶୋକ ମହାପାତ୍ରଙ୍କ ପ୍ରତି ସରକାରଙ୍କ ଏପରି ଅଣଦେଖାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ  । ଯେଉଁ ଡାକ୍ତର ଏହି ଦୁଇ ଶିଶୁଙ୍କୁ ନୂଆ ଜୀବନ ଦେଲେ ତାଙ୍କୁ କେମିତି ଭୁଲି ଗଲେ ସରକାର  । କେମିତି ହଠାତ୍ ଅଲୋଡା ହୋଇଗଲେ ଏହି ଦେବଦୂତ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top