ଖେଳ

ଅଗଷ୍ଟ ୧ ରୁ ଇଂଲଣ୍ଡରେ ଆରମ୍ଭ ହେବ ଡୋମେଷ୍ଟିକ କ୍ରିକେଟ

ଅର୍ଗସ ବ୍ୟୁରୋ : ମହାମାରୀ କରୋନା ପାଇଁ ଦୀର୍ଘଦିନ ବନ୍ଦ ହୋଇ ରହିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଫେରିବାକୁ ଯାଉଛି । ଜୁଲାଇ ୮ ତାରିଖରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ କ୍ରିକେଟ ଆରମ୍ଭ ହେଉଥିବା ବେଳେ ପାକିସ୍ତାନ ଦଳ ମଧ୍ୟ ସିରିଜ ଖେଳିବା ନିମନ୍ତେ ଇଂଲଣ୍ଡରେ ପଂହଚିଛି ।

ତେବେ ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧ ତାରିଖରୁ ଇଂଲଣ୍ଡରେ ଡୋମେଷ୍ଟିକ କ୍ରିକେଟ ଆରମ୍ଭ ହେବ ବୋଲି ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଅପ୍ରେଲ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ ଏହାକୁ ଘୁଂଚାଇ ଦିଆଯାଇଥିଲା ।

ତେବେ ଇଂଲଣ୍ଡର ଡୋମେଷ୍ଟିକ ଖେଳାଳିମାନେ ଜୁଲାଇ ୧ ତାରିଖରୁ ସେମାନଙ୍କ ଅଭ୍ୟାସ ଆରମ୍ଭ କରିସାରିଲେଣି । ତେବେ ମହାମରୀ କରୋନ ନିମନ୍ତେ ଜାରି କରାଯାଇଥିବା ଗାଇଡଲାଇନକୁ ମାନି ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଇ.ସି.ବି ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top