ଦେଶ

ଆସିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୋରୋନା ଭାଇରସ ଟେଷ୍ଟ ରିପୋର୍ଟ

Donald Trump

ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଆଶ୍ୱସ୍ତି । ଟ୍ରମ୍ପଙ୍କୁ ହୋଇନାହିଁ କୋରୋନା । ଟ୍ରମ୍ପଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ଆଜି ଏନେଇ ଡାକ୍ତର ରିପୋର୍ଟ ଜାରି କରିଛନ୍ତି । ପିଟିଆଇ ହ୍ୱାଇଟ୍ ହାଉସ ପକ୍ଷରୁ ଡାକ୍ତରଙ୍କ ରିପୋର୍ଟ ଆସିଥିବା ନେଇ ସୂଚନା ଜାରି କରିଛି । ଆମେରିକା ସମୟ ଅନୁସାରେ ଶୁକ୍ରବାର ହିଁ ରାଷ୍ଟ୍ରପତି ଟ୍ରମ୍ପ କରାଇଥିଲେ କୋରୋନା ଭୂତାଣୁ ପାଇଁ ପରୀକ୍ଷା । ତାଙ୍କର ସାମ୍ପଲ ପରୀକ୍ଷା ନେଇ ରିପୋର୍ଟ ୨୪ ଘଂଟା ଆଗରୁ ଆସିଛି ।

ସେପଟେ ଟ୍ରମ୍ପଙ୍କ ଠାରେ କୋରୋନାକୁ ନେଇ କୌଣସି ଲକ୍ଷଣ ଦେଖା ଦେଇନଥିବା ବି ଜଣାପଡିଛି । ବ୍ରାଜିଲରୁ ଏକ ପ୍ରତିନିଧି ଦଳ ଆମେରିକା ଗସ୍ତରେ ଆସିଥିଲେ । ସନ୍ଦେହ କରାଯାଉଥିଲା ଏହି ଦଳରେ ଜଣେ କୋରୋନା ସନ୍ଦିଗ୍ଧ ରହିଥିଲେ । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି କରାଇଥିଲେ କୋରୋନା ପରୀକ୍ଷା ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାକ୍ତର ଡି ସିନ କୋନଲି ଏନେଇ ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀଙ୍କୁ ସୂଚନା ଦେଇଛନ୍ତି କି ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଭୟକରିବାର କିଛି ନାହିଁ । ସବୁଠାରୁ ମଜାଦାର କଥା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କୋରୋନା ରିପୋର୍ଟ ନିର୍ଦ୍ଦାରିତ ସମୟ ଠାରୁ ବହୁ ଆଗରୁ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top