ଦେଶ

“ଭାରତ ଆସିବା ସମ୍ମାନର କଥା”- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ୍ : ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ସେ ଗୁଜୁରାଟ ଗସ୍ତ କରିବେ। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ଵିପାକ୍ଷିକ ଆଲୋଚନା ହେବ। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ଦୁଇ ଦେଶର ସମ୍ବନ୍ଧକୁ ସୁଦୃଢ କରିବ। ତେବେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଭାରତ ଆସିବା ଗୌରବର କଥା ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ୍ ଆଜି ଟ୍ଵିଟ୍ କରି କହିଛନ୍ତି ଯେ, ମୋତେ ଲାଗୁଛି ଏହା ସମ୍ମାନର କଥା। ଫେସବୁକରେ ଡୋନାଲ୍ଡ ଟ୍ରମ୍ପ ଏକ ନମ୍ବରରେ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ସ୍ଥାନରେ ଅଛନ୍ତି ବୋଲି ମାର୍କ ଜୁକରବର୍ଗ କହିଛନ୍ତି। ମୁଁ ଦୁଇ ସପ୍ତାହ ପରେ ଭାରତ ଯାଉଛି। ଏହାକୁ ନେଇ ମୁଁ ଉତ୍ସାହିତ ଅଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବୁଧବାର ଟ୍ଵିଟ୍ କରି କହିଥିଲେ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଦୁଇ ଦେଶର ସମ୍ପର୍କକୁ ସୁଦୃଢ କରିବ। ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମିଲାନିୟା ଭାରତ ଗସ୍ତରେ ଆସୁଛନ୍ତି ସେନେଇ ମୁଁ ଖୁସୀ। ଭାରତ ନିଜ ସମ୍ମାନୀୟ ଅତିଥିଙ୍କୁ ସାଦରେ ସ୍ଵାଗତ କରିବ।

ଅପର ପକ୍ଷରେ ମିଲାନିୟା ଟ୍ରମ୍ପ ଭାରତ ଆସିବାକୁ ମୋଦୀଙ୍କ ନିମନ୍ତ୍ରଣକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ଵିଟ୍ କରି କହିଥିଲେ ଯେ, ଫେବୃଆରୀ ୨୪ ଓ ୨୫ରେ ଅହମଦାବାଦ ଏବଂ ନୂଆଦିଲ୍ଲୀ ଗସ୍ତକୁ ନେଇ ମୁଁ ଉତ୍ସୁକ। ମୁଁ ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ବନ୍ଧକୁ ନେଇ ଉତ୍ସାହିତ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top