ଦେଶ

ଭାରତ ଅତୁଳନୀୟ : ରାଷ୍ଟ୍ରପତି ଟ୍ରମ୍ପ

ଓ୍ୱାସିଂଟନ୍‌: ଭାରତ ଗସ୍ତରୁ ଫେରି ଟ୍ରମ୍ପ କହିଲେ ଭାରତ ଅତୁଳନୀୟ । ଆମେରିକାର ଭାରତ ସହ  ସମ୍ପର୍କ ଅସାଧାରଣ । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଭାରତକୁ ପ୍ରଥମ ଅଧିକାରିକ ଗସ୍ତ ସମୟରେ ଦ୍ୱିପାକ୍ଷିକ ଚୁକ୍ତିରେ ପୂର୍ବ ଅପେକ୍ଷା  ଅଧିକ ପ୍ରଗତି ହୋଇଛି, ଯେଉଁଠାରେ ଆମେରିକା ସବୁଠାରୁ ଅଧିକ ବାଣିଜ୍ୟ କରିଥାଏ ।

ସୂଚନାମୁତାବକ, ଆମେରିକା ରାଷ୍ଟ୍ରପତି ଭାରତର ଦୁଇ ଦିବସିୟ ଗସ୍ତ ସମୟରେ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରିଥିଲେ ଟ୍ରମ୍ପ ।

ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ଭଦ୍ର ନେତା । ଏଥିସହିତ ଭାରତ ଏକ ଅତୁଳନୀୟ ଦେଶ ବୋଲି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top