ଦେଶ

ତାଜମହଲର ସୌନ୍ଦର୍ଯ୍ୟକୁ ପ୍ରଶଂସା କଲେ ରାଷ୍ଟ୍ରପତି ଟ୍ରମ୍ପ, ଏହା ଭାରତୀୟ ସଂସ୍କୃତିର ସୁନ୍ଦରତା…

ଆଗ୍ରା : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପରିବାର ଭାରତ ଗସ୍ତ ସମୟରେ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଆଶ୍ଚର୍ଯ୍ୟ ଆଗ୍ରାର ତାଜମହଲ ପରିଦର୍ଶନ କରିଛନ୍ତି। ଟ୍ରମ୍ପ ଓ ତାଙ୍କ ପତ୍ନୀ ମିଲେନିଆ ତାଜମହଲ ପରିଦର୍ଶନ ପାଇଁ ଆଗ୍ରାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ତାଜମହଲର ଇତିହାସ ସମ୍ପର୍କରେ ଅବଗତ କରାଇବାକୁ ଜଣେ ଗାଇଡ୍ ମଧ୍ୟ ସାଥୀରେ ଅଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ ତାଜମହଲ ପରିଦର୍ଶନ ସମୟରେ ଭିଜିଟର ପୁସ୍ତକରେ ଭାରତର ସଂସ୍କୃତି ଓ ଇତିହାସର ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ଯେ, ତାଜମହଲର ସୁନ୍ଦରତା ଆଶ୍ଚର୍ଯ୍ୟଜନକ। ଏହା ଭାରତୀୟ ସଂସ୍କୃତିର ସୁନ୍ଦରତା। ଏହା ଏକ ଅନନ୍ୟ ଉଦାହରଣ, ଧନ୍ୟବାଦ ଭାରତ !

ଟ୍ରମ୍ପ ଏବଂ ମିଲେନିଆଙ୍କ ବ୍ୟତୀତ ତାଙ୍କ ଝିଅ ଇବାଙ୍କା ଟ୍ରମ୍ପ ଓ ଜ୍ଵାଇଁ ଜେରେଡ କୁଶନର ମଧ୍ୟ ତାଜମହଲ ପରିଦର୍ଶନ କରିଛନ୍ତି। ଇବାଙ୍କା ତାଙ୍କ ମୋବାଇଲରେ ତାଜମହଲର ଚିତ୍ର କଏଦ କରିଛନ୍ତି। ଇବାଙ୍କା ତାଙ୍କ ପତି ଜେରେଡଙ୍କ ସହ ଫଟୋ ଉଠାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top