ରାଜ୍ୟ

ସହାୟତାର ହାତ ବଢ଼ାଉଥିବା ଲୋକଙ୍କୁ ସାବଧାନ !

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦୁଷ୍କର୍ମ ମାମଲା ବଢ଼ିଚାଲିଛି । ବିଶେଷକରି ହାଇଦ୍ରାବାଦ ମାମଲା ପରେ ଦେଶରେ ଏକ ଭାବାତ୍ମକ ପରିବେଶ ସୃଷ୍ଟି ହୋଇଛି । ଯାହାକୁ ନେଇ ଯୁବପୀଢ଼ି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ପନ୍ଥା ଆପଣେଇଛନ୍ତି ।

ଫେସବୁକରେ ବିଭିନ୍ନ ପ୍ରକାର ପୋଷ୍ଟ ଏବେ ଦେଖିବାକୁ ମିଳୁଛି । କିଛି ଯୁବକ ନିଜ ଫେସବୁକ ଆଇଡିରେ ପୋଷ୍ଟରେ ନିଜ ନାଁ, ମୋବାଇଲ ନମ୍ବର ଏବଂ ଠିକାଣା  ଉଲ୍ଲେଖ କରିବା ସହ ଯେଉଁ ମହିଳାଙ୍କୁ ସାହାଯ୍ୟ ଦରକାର ସେମାନେ କଣ୍ଟାକ୍ଟ କରିପାରିବେ ବୋଲି ଅନୁରୋଧ କରୁଛନ୍ତି ।

ତେବେ ଏହା ଉପରେ ବିଶ୍ୱାସ ନକରିବାକୁ କମିଶନରେଟ ପୋଲସ ଟ୍ୱିଟ୍‌ କରି କହିଛି । ଏହିସବୁ ପୋଷ୍ଟରେ ବିଶ୍ୱାସ ନକରିବା ସହ 100ରେ ଡାଏଲ କରନ୍ତୁ ବୋଲି କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ୍‌ କରି ଜଣାଇଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top