ଅପରାଧ

ପାଟଣାଗଡ଼ରେ ଡବଲ ମର୍ଡର

ପାଟଣାଗଡ଼: ପାଟଣାଗଡ଼ରେ ଡବଲ ମର୍ଡର ।  ପାଟଣାଗଡ଼ ଉପଖଣ୍ଡର ବେଳପଡା ବ୍ଲକର ବେହେରାମୁଣ୍ଡା ପଞ୍ଚ।ୟତ ଅନ୍ତର୍ଗତ ଦରଲିମୁଣ୍ଡା ଗାଁରେ ଡବଲ ମର୍ଡର ।ଗାଁର ରାଉତ ପରିବାର ଓ ବନଛୋର ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ରାଉତ ପରିବାରର ଜଣେ ବ୍ୟକ୍ତି ବନଛୋର ପରିବାରରେ ଡ୍ରାଇଭର ଭାବେ ଟ୍ରାକ୍ଟର ଚଳାଉଥିଲା । ତାଙ୍କର କିଛି ଟଙ୍କା ବାକି ଥିଲେ ମଧ୍ୟ ବନଛୋର ପରିବାର ଏହି ଟଙ୍କା ଦେଉନଥିଲା ।

ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଏବଂ ଦୁଇ ପରିବାର ମଧ୍ୟରେ ଆକ୍ରମଣ ଯୋଗୁ ବନଛୋର ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ପଠାଯାଇଛି । ଖବର ପାଇ ବେଳପଡା ପୋଲିସ ଓ ପାଟଣାଗଡ଼ ପୋଲିସ ମଣ୍ଡକ ଅଧିକାରୀ ସୁରେଶ ନାୟକ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top