ଅପରାଧ

କଟକରେ ବଧୂ ହତ୍ୟା ଅଭିଯୋଗ

କଟକ: କଟକରେ ବଧୁ ହତ୍ୟା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା କେନ୍ଦୁପାଟଣା ନଟରା ଗ୍ରାମରୁ। ଅଭିଯୋଗ ଅନୁଯାୟୀ ନଟରା ଗାଁ ର ଭ୍ରମରବର ସାହୁଙ୍କ ସାନ ପୁଅ ସନାତନ ସାହୁଙ୍କ ଢେଙ୍କାନାଳ ଅଂଚଳର ଏକ ଝିଅ ସହିତ ହିନ୍ଦୁ ଧର୍ମର ବୈଦିକ ରୀତିରେ ଦୀର୍ଘ ଦେଢ ବର୍ଷ ତଳୁ ବାହାଘର ହୋଇଥିଲା।

ତେବେ ବାହାଘର ପରେ ଝିଅ କୁ ଶାଶୁଘର ଲୋକଙ୍କ ପକ୍ଷରୁ ଅଧିକ ଯୈତୁକ ଦାବି କରାଯାଉଥିଲା ଯାହାକୁ ନେଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ଓ ପରେ ତାକୁ ହତ୍ୟା କରାଯାଇଥିବା ନେଇ ଝିଅର ବାପ ଘର ଲୋକଙ୍କ ପକ୍ଷରୁ ଆଜି ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ତେବେ ପୋଲିସ  ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top