ନ୍ୟୁଜ୍

ମକର ମେଳାରେ ମାତାଲ ପୋଲିସ

matal police

ଅନୁଗୁଳ: ମକର ମେଳାରେ ମାତାଲ ହେଲେ ପୋଲିସ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ପୋଲିସବାବୁ ମଦ ପିଇ ଟୁର । କେବଳ ଯେ ମଦ ପିଇଥିଲେ ସେକଥା ନୁହେଁ । ମଦ ଏତେ ମାତ୍ରାରେ ପିଇଥିଲେ ଯେ ସେ କେଉଁଠି ପଡ଼ିଥିଲେ ସେ କଥା ବି ତାଙ୍କର ହୋସ ନଥିଲା । ଏହି ଅଭାବନୀୟ ଦୃଶ୍ୟ ହେଉଛି ଅନୁଗୁଳ ଶିଳ୍ପାଞ୍ଚଳ ଥାନା ଅଞ୍ଚଳର । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁରେ ରହିଛି ପ୍ରାଚୀନ କାଳର ବାବା ଅଷ୍ଟଶମ୍ଭୁଙ୍କ ମନ୍ଦିର ।

ଗତକାଲି ମକର ସଂକ୍ରାନ୍ତି ପାଇଁ ଭକ୍ତଙ୍କ ସୁଅ ଛୁଟୁଥିଲା ସେଠାକୁ । ତେଣୁ ଶିଳ୍ପାଞ୍ଚଳ ଥାନା ପକ୍ଷରୁ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା। ହେଲେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ନିଜେ ନିଶା ସେବନ କରି ମନ୍ଦିର ପାଖରେ ଥିବା ଏକ ଧାନ ଖଳାରେ ବେହୋସ ହୋଇ ପଡିରହିଥିଲେ । ତେବେ ମନ୍ଦିର ଭିଡ ଭିତରେ ଲୋକଙ୍କୁ ସୁରକ୍ଷା ପାଇଁ ପୋଲିସ ନିୟୋଜିତ ହୋଇଥିଲେ ନା ନିଶାରେ ଟୁର ହେବାକୁ ପୋଲିସ ନିୟୋଜିତ ହୋଇଥିଲେ ତାହା ଏବେ ପ୍ରଶ୍ନ ସୃଷ୍ଠି କରିଛି ।  ପୋଲିସ ଅନ୍ୟକୁ ନିଶା ନଖାଇବା ପାଇଁ ଉପଦେଶ ଦେଉଥିବା ବେଳେ ନିଜେ କାର୍ଯ୍ୟରତ ଥିବା ସମୟରେ କିଭଳି ନିଶି ସେବନ କରୁଛି ତାହା ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top