X
Breaking News
ନ୍ୟୁଜ୍

ରାଜ୍ୟରେ ୫ଦିନ ଯାଏଁ ପାଗ ଶୁଖିଲା ରହିବ

RAIN

ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାଜ୍ୟର କୌଣସି ସ୍ଥାନରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ନାହିଁ । ରାଜସ୍ଥାନରେ ମନସୁନ୍ ଟ୍ରପଲାଇନ୍ ସୃଷ୍ଟି ହୋଇଥିବାରୁ ସ୍ୱାଭାବିକ ବର୍ଷାର ସମ୍ଭାବନା ନଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆସନ୍ତାକାଲି ଏବଂ ପରଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷାର ସମ୍ଭାବନା ରହିଛି । କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ଏବଂ କାଳବୈଶାଖୀ ପ୍ରଭାବରେ ସ୍ୱଳ୍ପ ବର୍ଷା ହେବ। ତେବେ ବର୍ତ୍ତମାନ ଲଘୁଚାପ ସୃଷ୍ଟି ହେବାର କୌଣସି ସମ୍ଭାବନା  ନଥିବା  ସୂଚନା ମଳିଛି ।

ଏପର୍ଯ୍ୟନ୍ତ  ଓଡ଼ିଶାରେ ୨ ପ୍ରତିଶତ  କମ୍ ବର୍ଷା ହୋଇଛି ।  ୭୫୦ମିମି ବର୍ଷା ହେବା କଥା କିନ୍ତୁ ୭୩୭ ମିମି ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଲୋ ପ୍ରେସରର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top