ଅପରାଧ

କଟକରେ ନକଲି ସିମେଣ୍ଟ କାରଖାନା ଠାବ

କଟକ: ଖାଇବା ତେଲଠୁ ଜର୍ଦ୍ଦା ପର୍ଯ୍ୟନ୍ତ ସବୁର ଡୁପ୍ଲିକେଟ ହେଉଥିଲା । ଏବେ ପୁଣି ନକଲି ସିମେଣ୍ଟ ମଧ୍ୟ ତିଆରି ହେଉଥିବା ଖବର ରାଜ୍ୟରେ ଚହଳ ପକାଇଛି । ସେଭଳି ଖବର ଆସିଛି କଟକ ଜିଲ୍ଲା ଟାଙ୍ଗି ଥାନା  ଅନ୍ତର୍ଗତ ମଙ୍ଗୁଳି ଛକ ଅଞ୍ଚଳରୁ । ସବୁ ପ୍ରକାର ବ୍ରାଣ୍ଡର ସିମେଣ୍ଟ ପ୍ରସ୍ତୁତ ହେଉଥିଲା ନକଲି ସିମେଣ୍ଟ କାରଖାନାରେ ।

ତେବେ ଟାଙ୍ଗି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ଉ କରି 100 ବସ୍ତା ନକଲି ସିମେଣ୍ଟ ଜବତ କରିବା ସହିତ ତଦନ୍ତ ଜାରି ରଖିଛି । ଏହି ଘଟଣାରେ କାହାକୁ ଗିରଫ କରିବାକୁ ଟାଙ୍ଗି ପୋଲିସ ସକ୍ଷମ ହୋଇନଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top