ନ୍ୟୁଜ୍

ବିଦାୟ ନେଲେ ମା’

Durga Puja
Courtesy: www.scmp.com

ଭୁବନେଶ୍ୱର: ବିଦାୟ ନେଲେ ମା’ । ଲୀଳାଖେଳା ସାରି ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା’। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଚରଣରେ ଗତକାଲି ଭକ୍ତଙ୍କ ଗହଣରୁ ବିଦାୟ ନେଇଛନ୍ତି ଜଗତଜନନୀ ମାଆ ଦୁର୍ଗା। ମା’ଙ୍କ ଆଗମନରେ ସବୁଠାରେ ଖୁସିର ଲହରି ଖେଳିଉଠିଥିଲା । ପୂରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ତେବେ କଟକ, ଭୁବନେଶ୍ୱରରେ ଭସାଣ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ କଟକରେ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲା। ଏହାସହ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୋଲିସ ମୁତୟନ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମେଢ ଯିବା ରାସ୍ତାରେ ସିସିଟିଭି କ୍ୟାମେରା ଲଗାଯାଇଥିଲା ।

ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବେଶ୍ ଧୁମଧାମରେ ଚାଲିଥିଲା ମା’ଙ୍କ ମେଲାଣି ପର୍ବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top