ଦେଶ

ପେଣ୍ଡାଲରେ ଶୋଭା ପାଉଛି ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ: ନଜର ଆସିଲେ ବିଗ୍‌ ବି, ନୁସରତ୍‌..

କୋଲକାତା: ବାଲାକୋଟ ଏୟାର ଷ୍ଟ୍ରାଇକ୍ ହିରୋ କୁହାଯାଉଥିବା ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନିତ କରାଯିବ । ଆସନ୍ତା 8ରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ଅଭିନନ୍ଦନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଅଭିନନ୍ଦନଙ୍କ ପରାକ୍ରମର କାହାଣୀ ଭାରତ ତଥା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଅଭିନନ୍ଦନଙ୍କ ସମ୍ମାନାର୍ଥେ ଦୁର୍ଗାପୂଜା ମଣ୍ଡପ ତିଆରି କରାଯାଇଛି । ଏହି ପେଣ୍ଡାଲ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଏବଂ ଅଭିନନ୍ଦନଙ୍କ ବୀରତ୍ୱକୁ ଦର୍ଶାଉଛି । ଦେଖନ୍ତୁ…

ଅନ୍ୟପଟେ ଆଜି ମହାମାୟାଙ୍କ ମାହାଷ୍ଟମୀ ପୂଜା । ସବୁଠି ଭିଡ଼ । ମାଙ୍କୁ ଟିକେ ଦର୍ଶନ କରିବା ପାଇଁ ଛୋଟ ବଡ଼ ସବୁ ମଣ୍ଡପରେ ଭିଡ଼ ଜମିଛି । ଦେଶର ସବୁ ରାଜ୍ୟରେ ପୂଜା ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ମହାରାଷ୍ଟ୍ରର ଏକ ପୂଜା ମଣ୍ଡପରେ ବଲିଉଡର ଶେହନ୍‌ଶାହା ଅମିତାଭ ବଚନ ନଜର ଆସିଛନ୍ତି । ଉତ୍ତର ବମ୍ବେ ଅଞ୍ଚଳର ସାର୍ବୋଜନୀନ ଦୁର୍ଗାପୂଜା ପେଣ୍ଡାଲ ସାମ୍ନାରେ ବିଗ୍‌ ବି, ଜୟା ବଚନ, କାଜୋଲ  ଏବଂ ଆୟାନ ମୁଖାର୍ଜୀ ନଜର ଆସିଛନ୍ତି ।

ସେପଟେ କୋଲକାତାରେ ମା’ଙ୍କ ପୂଜା ଧୁମ୍‌ଧାମରେ ପାଳନ କରାଯାଉଛି । ନିକଟରେ ଚର୍ଚ୍ଚାରେ ଥିବା ଟିଏମସିର ସାଂସଦ ନୁସରତ ଜହାଁ ନୃତ୍ୟ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top