ଦେଶ

ଲକ୍‌ ଡାଉନ୍‌, କଣ୍ଟେନମେଣ୍ଟ ନୂଆ ନୁହେଁ, ଜାଣନ୍ତୁ ବ୍ରିଟିସ୍‌ ସମୟରେ ‘ପେଡ ହଲିଡେ’ ସମ୍ପର୍କରେ

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା, ଲକ୍‌ ଡାଉନ୍‌ ଭଳି ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି । ଏହାସହ କଣ୍ଟେନ୍‌ମେଣ୍ଟ ଜୋନ, ସଟ ଡାଉନ୍‌ ଭଳି କଡ଼ା ନିଷ୍ପତ୍ତି ମଧ୍ୟ ନିଆଯାଉଛି । ଏସବୁର ଅର୍ଥ ମହାମାରୀରୁ ଦୂରେଇ ରହିବା । କିନ୍ତୁ ଏହା ନୂଆ ନୁହେଁ । ଉନବିଂଶ ଓ ବିଂଶ ଶତାବ୍ଦୀରୁ ଏହା ପ୍ରଚଳନ ହୋଇଆସୁଛି । ଯଦିଓ ସେତେବେଳେ ଏହିସବୁ ଶବ୍ଦର ବ୍ୟବହାର ହେଉନଥିଲା ଏହାକୁ ବିଶେଷକରି ଏହାକୁ ‘ପେଡ୍‌ ହଲିଡେ’ ବା ଛୁଟିଦିନ ରୂପେ ବିବେଚନା କରାଯାଏ । ବିଶେଷ କରି ବ୍ରିଟିସ୍‌ ଇଣ୍ଡିଆ ଓ ହାଇଦ୍ରାବାଦରେ ପ୍ରଚଳନ ହେଉଥିଲା । ସେତେବେଳେ କଲେରା ଓ ପ୍ଲେଗ୍‌ ଭଳି ମହାମାରୀରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଉଥିଲା । ଏହି ଛୁଟିଦିନ ସମୟରେ ଲୋକମାନଙ୍କୁ ଚଳିବା ପାଇଁ ଟଙ୍କା ଦିଆଯାଉଥିଲା ଯାହାକୁ ‘ପେଡ୍‌ ହଲିଡେ’ ବୋଲି କୁହାଯାଏ ।

କେବଳ ଲକ୍‌ ଡାଉନ୍‌, କଣ୍ଟେନମେଣ୍ଟ ଜୋନ ନୁହେଁ ଏହାସହ ଦାଦନ ଶ୍ରମିକ ସମସ୍ୟା, ଆଇସୋଲେସନ, ସ୍ୱତନ୍ତ୍ର ପାସ୍‌ ଆଦିର ମଧ୍ୟ ବ୍ୟବହାର କରାଯାଉଥିଲା । କୋଭିଡ-19 ପାଇଁ ପ୍ରଚଳନ ହେଉଥିବା ଅଧିକାଂଶ ବ୍ୟବସ୍ଥା ସେତେବେଳେ ମଧ୍ୟ ପ୍ରଚଳିତ ହେଉଥିଲା । ନେସନାଲ ଆର୍କାଇଭ୍‌ସ ଅଫ ଇଣ୍ଡିଆର ରେକର୍ଡ ଅନୁସାରେ ଲକ୍‌ ଡାଉନ୍‌କୁ ସଂକ୍ରମଣ ବାହକ ରୂପେ ବିବେଚନା କରାଯାଉଥିଲା । ବ୍ରିଟିସ୍‌ ଓ ନିଜାମ ରାଜୁତି ସମୟରେ ଯଦିଓ ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା କରାଯାଉନଥିଲା କିନ୍ତୁ ଯାତ୍ରୀଙ୍କ ଯାତ୍ରା, ଜାହଜ ଉପରେ କଟକଣା କରାଯାଉଥିଲା । ସେତେବଳେ କଣ୍ଟେନମେଣ୍ଟ ଜୋନକୁ କୋର୍ଡନ ସାନିଟାୟାର୍ସ ବୋଲି କୁହାଯାଏ । ଏହିସବୁ ସ୍ଥାନକୁ ପୋଲିସ ଫୋର୍ସମାନଙ୍କୁ ମଧ୍ୟ ମୁତୟନ କରାଯାଉଥିଲା । ସେତେବେଳେ ସହରକୁ ପ୍ରବେଶ କରିବା ପାଇଁ ପ୍ଲେଗ୍‌ ପାସ୍‌ର ବ୍ୟବସ୍ଥା ଥିଲା ।

ଏବେ ଦେଖାଯାଉଥିବା ଦାଦନ ଶ୍ରମିକ ସମସ୍ୟ ମଧ୍ୟ ସେତେବେଳେ ଥିଲା । ବ୍ରିଟିସ୍‌ ଓ ହାଇଦ୍ରାବାଦର ଅଧିକାରୀ ଦାଦନ ଶ୍ରମିକମାନଙ୍କୁ 3 କିମି ମଧ୍ୟରେ ଥିବା ସେମାନଙ୍କ ଘରକୁ ପଠାଇବା ସହ ସେମାନଙ୍କ ପାଇଁ କାର୍ଯ୍ୟ କରିବାର ସୁବିଧା ଯୋଗାଇବା ସହ, ସରନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଉଥିଲା । ଏହାସହ ସେମାନଙ୍କୁ 32 ଦିନର ଆଗୁଆ ରାସନ ମଧ୍ୟ ଦିଆଯିବାର ବ୍ୟବସ୍ଥା ଥିଲା । ଏନଏଆଇର ରେକର୍ଡ ଅନୁସାରେ 20 ମାର୍ଚ୍ଚ 1897ରେ ମହାମରୀରୁ ରକ୍ଷା ପାଇବା ପାଇବା ପାଇଁ ଛୁଟିଦିନ (ଏବେ ଲକ୍‌ ଡାଉନ୍‌) ଗୋଟିଏ ମାସ ପାଇଁ ଲାଗୁ କରାଯାଉଥିଲା । ବିଶେଷ କରି ଏହି ନିୟମ ଶ୍ରମିକ ଶ୍ରେଣୀୟ ଲୋକମାନଙ୍କ ପାଇଁ ଲାଗୁ କରଯାଏ ଏହି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ । 500 ଶ୍ରମିକଙ୍କୁ ସେମାନଙ୍କ ସ୍ଥାନୀୟ ଅଞ୍ଚଳକୁ ନେବାର ବ୍ୟବସ୍ଥା ଥିଲା ଯାହାକି ଏବେ ଦାଦନ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବ୍ୟବସ୍ଥା ବୋଲି ଜଣାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top