ନ୍ୟୁଜ୍

କୋରାପୁଟରେ ଦଶହରା ଲାଗି ଜୋରଦାର୍‌ ପ୍ରସ୍ତୁତି

Koraput jeypore dussehra

କୋରାପୁଟ: କୋରାପୁଟ ଜିଲ୍ଲାରେ ଦଶହରା ପାଳନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । ନବରାତ୍ରୀରୁ ଜୟପୁର ସହରର ବିଭିନ୍ନ ପୀଠ ଓ ଛକରେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯିବ । 22 ତାରିଖରେ ମୂଳାଷ୍ଟମୀରୁ ଶୁଭ ଅନୂକୁଳ କରାଯାଇ ଅକ୍ଟୋବର 7 ତାରିଖରେ ରାବଣପୋଡ଼ି ଏବଂ ଭସାଣୀ ଉତ୍ସବ ପାଳନ କରାଯିବ । 3ରୁ 6 ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । 5 ତାରିଖରେ ମୁମ୍ବାଇ କଳାକାରଙ୍କ ଦ୍ଵାରା ମେଲୋଡି ପରିବେଷଣ କରିବେ । ମୂଳାଷ୍ଟମୀରୁ ଭସାଣୀ ପର୍ଯ୍ୟନ୍ତ ସହରରେ ବିଶେଷ କରି ବିଭିନ୍ନ ଦେବୀ ପୀଠରେ ଯେପରି ବିଦ୍ୟୁତ କାଟ ନହେବ ସେଥିପାଇଁ ସାଉଥକୋକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ । ପରିମେଳ ବ୍ୟବସ୍ଥା, ପାନୀୟ ଜଳ ଅଗ୍ନି ନିରାପତ୍ତା, ଟ୍ରାଫିକ ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top