ଦେଶ

ଲଦାଖ ସୀମାରେ ଶାନ୍ତି ଫେରାଇ ଆଣିବାକୁ ଭାରତ-ଚୀନ ମଧ୍ୟରେ ସହମତି ପ୍ରକାଶ

ଅର୍ଗସ ବ୍ୟୁରୋ: ଲଦାଖ ସୀମାରେ ଶାନ୍ତି ପାଇଁ ସହମତି । ଦୁଇ ଦେଶର ସୀମାରେ ଶାନ୍ତି ଫେରାଇ ଆଣିବାକୁ ଭାରତ-ଚୀନ ମଧ୍ୟରେ ସହମତି ପ୍ରକାଶ ପାଇଛି । ସୀମାର ସାଙ୍ଘାତିକ ସ୍ଥିତି ନେଇ ଦୁଇ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଫୋନ ଯୋଗେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ କଥା ହୋଇଛନ୍ତି ଏସ. ଜୟଶଙ୍କର । ତେବେ ବୁଝାମଣା ବଜାୟ ରଖିବା ଉପରେ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ସହମତି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top