ଦେଶ

ପୂର୍ବରୁ ପଶ୍ଚିମ କମ୍ପିଲା ଧରିତ୍ରୀ: ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା

earthquake

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଲଗାତାର ଭୂମିକମ୍ପ ଦେଶବାସୀଙ୍କ ମନରେ ଭୟ ସୃଷ୍ଟି କରିଛି । ଆଜି ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ 15 ମିନିଟ ବ୍ୟବଧାନରେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଅନୁଭୂତ ହୋଇଛି । କଚ୍ଛରେ ସନ୍ଧ୍ୟା 5.11ରେ ଭୂକମ୍ପ ହୋଇଥିବା ବେଳେ ଠିକ୍‌ 15 ମିନିଟ୍‌ ପରେ ମିଜୋରାମରେ ଆସିଥିଲା ଭୂମିକମ୍ପ ।

ଗୁଜରାଟ କଚ୍ଛରେ ସନ୍ଧ୍ୟାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.2 ଥିବା ବେଳେ 15 ମିନିଟ ପରେ ମିଜୋରାମରେ ଅନୂଭୂତ ହୋଇଥିବା ଭୂକମ୍ପ ତୀବ୍ରତା ଥିଲା 4.6 ।

ଆଜି ସକାଳେ ଲଦାଖରେ ଭୂକମ୍ପ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା 4.7 । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଭୂକମ୍ପର କେନ୍ଦ୍ର କାରଗିଲରୁ 433 କିଲୋମିଟର ନର୍ଥ-ନର୍ଥଇଷ୍ଟ ଥିଲା । କିନ୍ତୁ ଏହି ସବୁ ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଜୁଲାଇ 3ରେ ଦିଲ୍ଲୀ ଏନସିଆରରେ ପୁଣିଥରେ ଭୂକମ୍ପ ହୋଇଥିଲା । ସନ୍ଧ୍ୟା 7ରେ ହୋଇଥିବା ଏହି ଭୂମିମ୍ପର ତୀବ୍ରତା 4.5 ଥିଲା । ଭୂକମ୍ପ ଝଟକାରେ ଅନେକ ସେକଣ୍ଡ ଥରିଥିଲା ଧରିତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top