ନ୍ୟୁଜ୍

ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଛି ପୂର୍ବ ତଟ ରେଳପଥ

ଭୁବନେଶ୍ୱର:  କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପର ଉତ୍ପତି ହୋଇଥାଏ  । ଏହି ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରିଦିଆ ଯାଇଥାଏ  । ସ୍କ୍ରାପକୁ ଯଥା ସମୟରେ ଅପସାରଣ କରିଦେବା ଉଚିତ, ଯଦ୍ୱାରା ଏଗୁଡ଼ିକୁ ରିସାଇକ୍ଳିଙ୍ଗ୍ କରାଯାଇ ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ ରୂପାନ୍ତରଣ କରା ଯାଇପାରିବ  । ଏହାଦ୍ୱାରା ମଧ୍ୟ ପରିବେଶ ନିର୍ମଳ ଓ ସ୍ୟାସ୍ଥ୍ୟକର ହେବା ସମ୍ଭବ ହୋଇଥାଏ  ।

ପୂର୍ବ ତଟ ରେଳପଥ ଯଥା ସମୟରେ ସ୍କ୍ରାପ ଅପସାରଣ କରିବାରେ ସକ୍ରିୟ ପଦକ୍ଷେପ ନେଇ ଆସିଛି  । ଲକ୍ ଡାଉନ ଉଠି ଯିବା ପରେ ଜୁନ 2020ରେ ପୂର୍ବ ତଟ ରେଳପଥ ଦ୍ୱାରା ସ୍କ୍ରାପ ଅପସାରଣ ପ୍ରକ୍ରିୟା ଇ-ନିଲାମ ମାଧ୍ୟମରେ ପୁନଃ ଆରମ୍ଭ କରାଯାଇଛି  । ପୂର୍ବ ତଟ ରେଳପଥ ଦ୍ୱାରା ସମସ୍ତ ଡିଭିଜନରେ ସମୁଦାୟ 11 ଟି ଇ -ନିଲାମ ଅନୁଷ୍ଠିତ ହୋଇଯାଇଛି  । ଜୁଲାଇ, 2020ରେ ମଧ୍ୟ ଆଜି ପର୍ଯ୍ୟନ୍ତ 6 ଟି ଇ -ନିଲାମ ଅନୁଷ୍ଠିତ ହୋଇ ସାରିଲାଣି  ।

ପୂର୍ବ ତଟ ରେଳପଥରେ ଇ -ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ଅନ ଲାଇନ ପଦ୍ଧତିରେ କରାଯାଇଥାଏ  । 2003 ମସିହାରୁ ପୂର୍ବ ତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଦ୍ୱାରା ଏହାର ଉତ୍ସର୍ଗୀକୃତ ଭାରତୀୟ ରେଳ ଇ ପ୍ରୋକ୍ୟୁରମେଣ୍ଟ ସିଷ୍ଟମ ପୋର୍ଟାଲ ମାଧ୍ୟମରେ ଇ -ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେଇ ଆସୁଅଛି । ଯାହାକି ସ୍କ୍ରାପ ସାମଗ୍ରୀ ଅପସାରଣ କରିବାର ଏକ ସ୍ୱଚ୍ଛ ପ୍ରଣାଳୀ ଏବଂ ଏହା ଦ୍ୱାରା ଏକ ନିର୍ମଳ ପଦ୍ଧତି ତଥା କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସମସ୍ତ ବିଡର ସମାନ ଭାବେ ସୁଯୋଗ ପାଇ ପାରନ୍ତି  । ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ 3700ରୁ ଅଧିକ ଭେଣ୍ଡର ରେଜିଷ୍ଟ୍ରିଭୁକ୍ତ ହେଇ ସାରିଛନ୍ତି  ।

ଗତ ଆର୍ଥିକ ବର୍ଷରେ, ପୂର୍ବ ତଟ ରେଳ ପଥ କରିଥିବା ସ୍କ୍ରାପ୍ ଅପସାରଣର ପରିମାଣ, ଭାରତୀୟ ରେଳ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଠାରୁ 34% ଅଧିକ  । ସମଗ୍ର ଜୋନକୁ ସ୍କ୍ରାପ ମୁକ୍ତ ଓ ପରିବେଶ ଅନୁକୂଳ କରିବାର ଏକ ଭରପୁର ପ୍ରୟାସ ଦ୍ୱାରା, ଏହା ପୂର୍ବରୁ ହୋଇଥିବା ସ୍କ୍ରାପ ବିକ୍ରୟ ସବୁଠାରୁ ଅଧିକ  । ଏହି ପ୍ରକ୍ରିୟା ଏଇ ବର୍ଷ ମଧ୍ୟ ସମୁଚିତ ରୂପେ ଜାରି ରଖାଯିବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top