ନ୍ୟୁଜ୍

ଫେବ୍ରୁଆରି ପହିଲାରେ ସାଧାରଣ ବଜେଟ: ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ପେଡି ଉପରେ ସାରା ଦେଶର ନଜର  । ମୋଦି ସରକାରର 2.0 ଶାସନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ଉପସ୍ଥାପନ କରିବେ ବାର୍ଷିକ ବଜେଟ  । ମୋଦି ସରକାରଙ୍କ ଏହି ବଜେଟ ଉପରେ ସାରା ଦେଶବାସୀ ବଡ ଆଶା ରଖିଛନ୍ତି  । ବିଶେଷ କରି ଟିକସ, ରୋଜଗାର, ବ୍ୟବସାୟ, ନିଯୁକ୍ତି ଉପରେ ପ୍ରାଥମିକତା ଦିଆଯିବ ବୋଲି ଆଶା କରାଯାଉଛି ।

ସେପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଆଗାମୀ ବଜେଟରେ ଚାକିରୀ ପାଇଁ ବେଶ ଉପଯୋଗୀ ହେବ ବୋଲି କୁହାଯାଉଛି ।  5 ବର୍ଷରେ 4 କୋଟି ନିଯୁକ୍ତି ସୃଷ୍ଟି ହେବ । ମେକ ଇନ୍‌ ଇଣ୍ଡିଆ ଅଭିଯାନ ଅନ୍ତର୍ଗତ ‘ଆସେମ୍ବିଲିଂ ଇନ୍‌ ଇଣ୍ଡିଆ ଫର ୱାର୍ଲ୍ଡ’କୁ ସାମିଲ କରି 2025 ସୁଦ୍ଧା ଭଲ ଦରମା ଯୁକ୍ତ 4 କୋଟି ଏବଂ 2030 ପର୍ଯ୍ୟନ୍ତ 8 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା 5 ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ ପ୍ରାପ୍ତି ହୋଇପାରିବ ।

ଆର୍ଥିକ ବିକାଶକୁ ଲକ୍ଷ୍ୟ କଲେ ଆଗାମୀ ଆର୍ଥିକ ବର୍ଷ 2020-21 ରେ ଜିଡିପି ଗ୍ରୋଥ ରେଟ୍ 6 ରୁ 6.5 ପ୍ରତିଶତ ରେ ପହଞ୍ଚିବ । 2025 ପର୍ଯ୍ୟନ୍ତ 5 ଟ୍ରିଲିୟନ ଅର୍ଥ ବ୍ୟବସ୍ଥା କରିବା ପାଇଁ ମୂଳ ଲକ୍ଷ୍ୟ ରହିଛି  । ଏଥର ସର୍ଭେର ଥିମ ରହିଛି, ‘ବଜାର ସକ୍ଷମ, ବ୍ୟବସାୟିକ ନୀତିରେ ପରିବର୍ତ୍ତନ, ଅର୍ଥ ନୀତିର ସୃଦୃଢ କରିବା ପାଇଁ ବ୍ୟବସ୍ଥା  । ବଜେଟ ସେସନର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ ।

ଯଦିଓ ବଜେଟ ପ୍ରସ୍ତୁତ ସମୟରେ ଅର୍ଥନୈତିକ ସର୍ଭେ ରପୋର୍ଟକୁ ଧ୍ୟାନରେ ରଖି କରାଯାଏ କିନ୍ତୁ ବଜେଟରେ ସର୍ଭେ ରିପୋର୍ଟର ଭୂମିକା ରହିବା ଜରୁରୀ ନୁହେଁ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ 11 ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ 2 ମାର୍ଚ୍ଚରୁ 3 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top