ଦେଶ

ଅଭୟ ଚୌଟାଲାଙ୍କ ଫାର୍ମ ହାଉସରେ ଇଡିର ଚଢ଼ାଉ

avaya

ନୂଆଦିଲ୍ଲୀ: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଦାଦା ଅଭୟ ଚୌଟାଲାଙ୍କ ଫାର୍ମ ହାଉସରେ ଇଡି ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଇଡି ଅଭୟଙ୍କ ସିସା ସ୍ଥିତ ତେଜାଖେଡା ଫାର୍ମ ହାଉସରେ ରେଡ୍‌ କରିଛି । ସିଆରପିଏଫ ସହ ଇଡିର ଟିମ୍‌ ସକାଳ 10ଟାରେ ଏହି ରେଡ୍‌ କରିଥିଲା ।

ଏଠି କହି ରଖୁଛୁ ଯେ ଅଭୟ ଚୌଟାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଦାଦା ହେବେ। ସୁଚନାମୁତାବକ ଦଳରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହେବାରୁ ଦୁଇ ଜଣ ଭିନ୍ନ ହୋଇଯାଇଥିଲେ । ପରେ ଦୁଷ୍ୟନ୍ତ ଚୌଟାଲା ଜେଜେପି ଗଢିଥିଲେ । ତେବେ ଅଭୟ ଚୌଟାଲାଙ୍କ ଉପରେ ଆୟ ବହିର୍ଭୁତ ସମ୍ପତ୍ତିର ମାମଲା  ଗତ 13 ବର୍ଷରୁ ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top