ଟିଭି

ଆଜି ଟିଭି କ୍ୱିନ୍ ଏକତା କପୁରଙ୍କ 45 ତମ ଜନ୍ମଦିନ

ମୁମ୍ବାଇ:  ଆଜି ଟିଭି କ୍ୱିନ୍ ତଥା ବଲିଉଡ ଫିଲ୍ମ ପ୍ରଯୋଜିକା ଏକତା କପୁରଙ୍କ ଜନ୍ମଦିନ । 7 ଜୁନ 1975ରେ ମୁମ୍ୱାଇରେ ଜନ୍ମଗ୍ରହଣ କରିଥିବା ଏକତା ବର୍ତ୍ତମାନ ସମୟରେ ଟେଲିଭିଜନ ଦୁନିଆର ଜଣେ ସଫଳ ତଥା ଚର୍ଚ୍ଚିତ ପ୍ରଯୋଜିକା । ପ୍ରଡ୍ୟୁସର ଏକତା କପୁରଙ୍କର ଆଜି ହେଉଛି 45 ତମ ଜନ୍ମଦିନ । ଧାରାବାହିକଠୁ ଆରମ୍ଭ କରି ୱେବ୍ ସିରିଜ, ଫିଲ୍ମ ସବୁଠି ଏକତାଙ୍କ ରାଜ୍ । 24 ବର୍ଷ ପୂର୍ବେ ଏକତା ମାନୋ ୟା ନା ମାନୋ ସିରିଏଲରୁ ଟେଲିଭିଜନ ଦୁନିଆରେ ପାଦ ରଖିଥିଲେ । ଏହାପରେ କୋଶିଶ୍ ଏକ୍ ଆଶା ଏବଂ କସମ ଆଦି ଧାରାବାହିକ କରିଥିଲେ । ଏହି ଧାରାବାହିକ ଗୁଡ଼ିକ ତାଙ୍କୁ ଛୋଟ ପରଦାରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲା ।

ସେହିପରି କସୌଟି ଜିନ୍ଦଗୀ କି, କାହାନୀ ଘର ଘର କି ଏବଂ ନାଗୀନ ପରି ସିଲିଏଲ ଏକତାଙ୍କୁ ଘରେ ଘରେ ପରିଚିତ କରାଇପାରିଛି । ବକ୍ସ ଅଫିସରେ କମାଲ କରିଥିବା ଫିଲ୍ମ ଡ୍ରିମ୍ ଗାର୍ଲ, ଲଭ୍ ସେକ୍ସ ଏବଂ ଧୋକ୍କ, ରାଗିଣୀ ଏମ୍.ଏସ୍ ଭଳି ଅନେକ ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଏକତା । ଏହି ପରି ଗୋଟିଏ ପରେ ଗୋଟିଏ ସଫଳ ଧାରାବାହିକ ଓ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି । 2020 ରେ କପୁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଟିଭିରୁ ବଲିଉଡ ପର୍ଯ୍ୟନ୍ତ ତାରକାମାନେ ଏକତା କପୁରଙ୍କ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।  କେନ୍ଦ୍ର ମନ୍ତ୍ରୀ ତଥା ବିଗତ ଦିନର ଟେଲି ଅଭିନେତ୍ରୀ ସ୍ମୃତି ଇରାନୀ, ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା କରଣ ଜୋହର, ଅଭିନେତ୍ରୀ ମୌନି ରୟ, ଦିବ୍ୟଙ୍କା ତ୍ରିପାଠୀଙ୍କ ଭଳି ଅନେକ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅର୍ଗସ ପରିବାର ତରଫରୁ ଏକତା କପୁରଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top