ନ୍ୟୁଜ୍

ସରିଗଲା ଆମ୍ବୁଲାନ୍ସରୁ ତେଲ, ଚାଲିଗଲା ମହିଳାଙ୍କ ଜୀବନ !

କଟକ: ସରିଗଲା ତେଲ, ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ । ସେପଟେ ଆମ୍ବୁଲାନ୍ସକୁ ଅପେକ୍ଷା  କରି କରି ଉଡ଼ିଗଲା ବୃଦ୍ଧାଙ୍କ ପ୍ରାଣବାୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗାର କୁରୁଜଙ୍ଗା ଗାଁରେ ।

ରାମଚନ୍ଦ୍ର ପୃଷ୍ଟିଙ୍କ ପତ୍ନୀ ସେବତୀ ପୃଷ୍ଟି ଅସୁସ୍ଥ  ଥିଲେ । ତାଙ୍କୁ ମେଡିକାଲ ନେବା ପାଇଁ 108ରେ କଲ୍‌ କରିଥିଲେ ପରିବାର ଲୋକେ । ଫୋନରେ ଠିକଣା ସମ୍ପର୍କିତ ସମସ୍ତ ସୂଚନା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦିଆଯାଇଥିଲା । ଫୋନ୍‌ କଲ ପାଇବା ପରେ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ମହିଳାଙ୍କ ଘର ପାଖରୁ କିଛି କିମି ଦୂରରେ ଅଟକିଯାଇଥିଲା ଆମ୍ବୁଲାନ୍ସ । ପରେ ଜଣାପଡ଼ିଥିଲା ଆମ୍ବୁଲାନ୍ସରୁ ତେଲ ସରିଯାଇଛି । ତେଲ ଯୋଗାଡ଼ କରି ଆମ୍ବୁଲାନ୍ସ ମହିଳାଙ୍କ ଘରକୁ ଯିବାକୁ ବାହାରିବା ପୂର୍ବରୁ ମହିଳାଙ୍କ ଜୀବନ ଯାଇ ସାରିଥିଲା ।

ମହିଳାଙ୍କ ମୃତ୍ୟୁ ପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ଲୋକେ । ଏହାସହ ଏହାକୁ ନେଇ ସେଠାରେ ଅସନ୍ତୋଷ ଦେଖାଦେଇଥିଲା । ଡାକ୍ତରଖାନା ପରିବର୍ତ୍ତେ ପରିବାର ଲୋକେ ମହିଳାଙ୍କ ମୃତଦେହକୁ ଶ୍ମଶାନ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ମହିଳାଙ୍କ ମୃତଦେହ ଡାକ୍ତରଖାନା ନିଆଯାଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top