X
Breaking News
ଦେଶ

ଯୋଗୀ-ମାୟାବତୀଙ୍କୁ ନିର୍ବାଚନ ପ୍ରଚାର କରିବାକୁ ବାରଣ

mayawati-yogi

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଚାର କରିବାକୁ ମନା କଲେ ଇଲେକ୍ସନ କମିଶନର । କେବଳ ଯୋଗୀଙ୍କୁ ନୁହେଁ ବହୁଜନ ସମାଜବାଦି ପର୍ଟିର ଅଧ୍ୟକ୍ଷା ମାୟାବତୀଙ୍କୁ ମଧ୍ୟ ଇଲେକ୍ସନ କମିଶନର ପ୍ରଚାର କରିବାକୁ ମନା କରିଛନ୍ତି । ଏହି ଦୁଇ ନେତାଙ୍କୁ ପ୍ରଚାର କରିବାକୁ ବାରଣ କରିଛନ୍ତି ଇଲେକ୍ସନ କମିଶନର ।  ଯୋଗୀ ଆଦିତ୍ୟନାଥ ଉପରେ 72 ଘଣ୍ଟାର ବ୍ୟାନ ଲଗାଯାଇଥିବା ବେଳେ ମାୟବତୀଙ୍କ ଉପରେ 48 ଘଣ୍ଟାର ବ୍ୟାନ ଲଗାଇଛି । ଏହି ବ୍ୟାନ୍‌ ନିଷ୍ପତ୍ତି ଆସନ୍ତାକାଲି ସକାଳ 6 ଟାରୁ ଦୁଇ ନେତାଙ୍କ ଉପରେ ଲାଗୁ ହେବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ତେବେ କ’ଣ ଥିଲା ଏହି ଦୁଇ ନେତାଙ୍କ ଭାଷଣ ଯେଉଁଥିପାଇଁ ତାଙ୍କ ଉପରେ ବ୍ୟାନ୍‌ ଲଗାଇଲେ ନିର୍ବାଚନ ଆୟୋଗ । ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ମାହୟାବତୀ ଉତ୍ତରପ୍ରଦେଶର ଦେବବନ୍ଦରେ ନିର୍ବାଚନୀ ପ୍ରଚାର ସମୟରେ ମୁସ୍ଲିମ୍‌ ଭୋଟ୍‌ ପାଇଁ ଅପିଲ କରୁଥିଲେ । ଏହି ସମୟରେ ମାୟାବତୀ କହିଥିଲେ ଯେ, ମୁସ୍ଲିମ୍‌ ଭୋଟ୍‌କୁ ଭାଗ ଭାଗ ହେବାକୁ ଦେବେ ନାହିଁ ଏବଂ କେବଳ ମହାଗଠବନ୍ଧନକୁ ହିଁ ଭୋଟ୍‌ ଦେବେ । ମାୟାବତୀଙ୍କ ଏଭଳି ପ୍ରଚାର ଧର୍ମ ନାଁରେ ଭୋଟ୍‌ ମାଗିବା ଭଳିଥିଲା । ତେଣୁ ଏହା ନିର୍ବାଚନ ଆୟୋଗଙ୍କ ନିୟମ ବିରୁଦ୍ଧରେ ଥିଲା ।

ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ଭାଷଣରେ ମାୟାବତୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଯଦି ବିପକ୍ଷଙ୍କୁ ଅଲ୍ଲୀ ପସନ୍ଦ ତେବେ ଆମକୁ ବଜରଙ୍ଗବଲୀ ପସନ୍ଦ । ଯୋଗୀଙ୍କ ଏଭଳି ବୟାନ ମଧ୍ୟ ଧର୍ମ ଆଧାରିତ ଥିଲା । ତେଣୁ ତାଙ୍କ ଉପରେ ମଧ୍ୟ ନିର୍ବାଚନ ଆୟୋଗ ବ୍ୟାନ୍‌ ଲଗାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top