ଟେକ୍ନୋଲୋଜି

7 ରୁ 10 ଟଙ୍କା ଖର୍ଚ୍ଚରେ 100 କି.ମି ଚାଲିବ ବାଇକ୍

ଅର୍ଗସ ବ୍ୟୁରୋ : 7 ରୁ 10 ଟଙ୍କା ଖର୍ଚ୍ଚରେ ବାଇକ୍ ଚାଲିବ 100 କି.ମି। ଏପରିକି ବାଇକ୍ ଚଳାଇବା ପାଇଁ ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ବାଇକର ନାମ ଆଟମ୍ 1.0। ଏଭଳି ଏକ ବାଇକ୍ କମ୍ପାନୀ ଦାବି କରିଛି। ଯଦି ଆପଣ ଚଢା ପେଟ୍ରୋଲ ଦର ଠାରୁ ଚିନ୍ତିତ ହୋଇ ପଡ଼ିଲେଣି ତେବେ ଏହି ଇଲେକ୍ଟ୍ରିକ୍ ବାଇକ୍ ବ୍ୟବହାର କରି ଆପଣ ଆପଣଙ୍କ ଖର୍ଚ୍ଚ ନିୟନ୍ତ୍ରଣ କରିପାରିବେ।

ସୂଚନାନୁଯାୟୀ, ହାଇଦ୍ରାବାଦର ଇଲେକ୍ଟ୍ରିକ ହ୍ଵିକିଲ କମ୍ପାନୀ ଅଟୋମୋବାଇଲ ପ୍ରାଇଭେଟ ଲିମିଟେଡ୍ ଏଭଳି ଏକ ବାଇକ୍ ଲଞ୍ଚ୍ କରିଛି ଯାହା 7ରୁ 10 ଟଙ୍କା ଖର୍ଚ୍ଚରେ ଚାଲିବ 100 କି.ମି। ଏହି ବାଇକର ନାମ ଆଟମ 1.0 କମ୍ପାନୀ ରଖିଛି। ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଅଟୋମୋଟିବ ଟେକ୍ନୋଲୋଜି ଦ୍ଵାରା ମାନ୍ୟତା ପ୍ରାପ୍ତ ଲି ସ୍ପିଡ ଇଲେକ୍ଟ୍ରିକ ବାଇକ ହେଉି ଆଟମ୍ 1.0। ଏହି ବାଇକର ସବୁଠାରୁ ଖାସ୍ କଥା ହେଉଛି କି, ଆପଣଙ୍କୁ ଏହି ଗାଡି ଚଳାଇବା ପାଇଁ କୌଣସି ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ। ଏପରିକି ବାଇକ୍ କିଣିବା ସମୟରେ ପଞ୍ଜିକରଣ କରିବା ମଧ୍ୟ ଆବଶ୍ୟକ ନାହିଁ। ଅର୍ଥାତ୍ ଗ୍ରାହକଙ୍କୁ କେବଳ ଥରେ ଏହାର ଦାମ୍ ଦେବାକୁ ପଡ଼ିବ।

ଆଟମ୍ 1.0 ଇଲେକ୍ଟ୍ରିକ ବାଇକରେ ପୋର୍ଟେବଲ ଲିଥିୟମ ଆୟନ ବ୍ୟାଟେରୀ ଦିଆଯାଇଛି। ଏହି ବ୍ୟାଟେରୀ 4 ଘଣ୍ଟା ମଧ୍ୟରେ ଫୁଲ ଚାର୍ଜ ହୋଇଥାଏ। କମ୍ପାନୀ କହିବା ଅନୁଯାୟୀ, ଫୁଲ ଚାର୍ଜ ହେବା ପରେ ବାଇକ୍ ଚାଲିବ 100 କି.ମି। ତେବେ ବ୍ୟାଟେରୀ ଚାର୍ଜ ପାଇଁ 1 ୟୁନିଟ ବିଦ୍ୟୁତ ଆବଶ୍ୟକ ପଡେ। ଏହି ବାଇକର ଦାମ୍ 50 ହଜାର ଟଙ୍କା ରଖାଯାଇଛି। ବାଇକ୍ ବହୁ ରଙ୍ଗରେ ଉପଲବ୍ଧ ହେଉଛି। ଏଥିରେ 20×4 ଫ୍ୟାଟ୍ ଟାୟାର ଲଗାଯାଇଛି। ଏଲଇଡି ହେଡ୍ ଲାଇଟ୍, ଇଣ୍ଡିକେଟର୍ସ, ଟେଲଲାଇଟ୍ ଏବଂ ଫୁଲି ଡିଜିଟାଲ ଡିସପ୍ଲେ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top