ରାଜ୍ୟ

ଦନ୍ତା ଆକ୍ରମଣରେ ପୁଣି ଜଣେ ଗୁରୁତର

Elephant

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନରେ ଆଜି ହାତୀ ଆକ୍ରମଣରେ ପୁଣି ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପରଜଙ୍ଗ ଥାନା କଟାବାହାଳ ଗ୍ରାମର ଦୁଃଷାଶନ ଦାସ ।

ସେ ଘରକୁ ଫେରୁଥିବା ବେଳେ କଟାବାହାଳ ନୁଆସାହି ନିକଟରେ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ତେବେ ଲୋକମାନେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି । ପରଜଙ୍ଗ ଅଞ୍ଚଳରେ ବାରମ୍ବାର ଲୋକମାନେ ହାତୀ ଆକ୍ରମଣରେ ଶୀକାର ହେଉଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top