ନ୍ୟୁଜ୍

ଥମିବାର ନାଁ ଧରୁନି ନରହନ୍ତା ଦନ୍ତା ହାତୀର ଆତଙ୍କ

elephant

ପୁରୀ: ପୁରୀ ଜିଲ୍ଲା ବଳଙ୍ଗାର ନରହନ୍ତା ଦନ୍ତା ବର୍ତମାନ ପିପିଲି ଥାନା ପଛପଟ ହସନପୁରର ଜଣକୁ ଆକ୍ରମଣ କରିଛି । ଏହାପରେ ହାଟଛକ ଦେଇ ଧାନପୁର ଦେଇ ଡେଲାଙ୍ଗ ଅଭିମୁଖେ ଚାଲିଛି । ତେଣୁ ପ୍ରଶାସନ ପକ୍ଷରୁ ପିପିଲି ଜଟଣୀ ରାସ୍ତାକୁ ସିଲ କରାଯାଇଛି । ଗତକାଲି ରାଜତଇର ଓ ଚନ୍ଦ୍ରାଦେଇପୁରରେ ଆତଙ୍କ ମଚାଇଥିବା ଦନ୍ତା ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଡିଏଫଓ, ରେଞ୍ଜର, ଏସିଏଫଙ୍କ ନେତୃତ୍ୱରେ ବନ ବିଭାଗର ପ୍ରାୟ ୫୦ ଜଣ କର୍ମଚାରୀ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ବନ ବିଭାଗକୁ ପୋଲିସ ମଧ୍ୟ ସହାୟତା କରୁଛି । ପିପିଲି, ଜଟଣୀ, ଡେଲାଙ୍ଗା ଓ ବାଲିପାଟଣା ଅଞ୍ଚଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top