ନ୍ୟୁଜ୍

ରାଣୀବଗିଚା ଜଙ୍ଗଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର

Elephant Dies

ସୁନ୍ଦରଗଡ଼: ରାଣୀବଗିଚା ଜଙ୍ଗଲରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଫରେଷ୍ଟ ରେଞ୍ଜର ନଦୀ ଟୋଲା ନିକଟ ରାଣୀବଗିଚା ଜଙ୍ଗଲରେ ଘଟିଛି ଏଭଳି ଘଟଣା । ସୂଚନାନୁସାରେ, ହାତୀ ଛୁଆଟି ପାଣି ପିଇବାକୁ ଏକ ପୋଖରୀ ଭିତରେ ପଶିଥିବା ବେଳେ ପଙ୍କରେ ଫସି ତା’ର ମୃତ୍ୟୁ ହୋଇଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। କିନ୍ତୁ ଏହାକୁ ଖଣ୍ଡନ କରିଛି ବନ ବିଭାଗ ।  ହାତୀ ପଲରେ ଦଳାଚକଟା ହୋଇ ହାତୀ ଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ କହିଛି । ତେବେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top