ନ୍ୟୁଜ୍

ଗଂଜାମ ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ହେବ ହାତୀ ଅଭୟାରଣ୍ୟ !

ଭୁବନେଶ୍ୱର: ଟ୍ରାକ ହେବେ ଦୁର୍ଦ୍ଦାନ୍ତ ହାତୀ । ହାତୀ ବେକରେ ବନ୍ଧା ହେବ ରେଡିଓ କଲାର । ଆଠମଲ୍ଲିକ ଓ ରେଢ଼ାଖୋଲ ଅଂଚଳରେ ବୁଲୁଥିବା 3 ମଣିଷମରା ହାତୀଙ୍କୁ ଏଭଳି ଢ଼ଙ୍ଗରେ ଟ୍ରାକ କରାଯିବ ବୋଲି କହିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ । ସେହିପରି ହାତୀ ଭାଷା ଶୁଣିବାକୁ  ନୂଆ ପ୍ରୟାସ ଆରମ୍ଭ କରିଛି ବନବିଭାଗ । ଦୂରରୁ ଥିବା ହାତୀ ପଲଙ୍କ କଥାବାର୍ତ୍ତା ଶୁଣିବାକୁ ଉଦଭାବନ ହେବ ନୂତନ ଇନଫ୍ରାରେଞ୍ଜ ଯନ୍ତ୍ର ।

ଏହି ଯନ୍ତ୍ର ଜଙ୍ଗଲରେ ରହୁଥିବା ଲୋକଙ୍କୁ ସତର୍କ କରାଇବ । ଏନେଇ ଭୁବନେଶ୍ୱରରେ ଥିବା ଆଇଆଇଟି ଇନଷ୍ଟିଚ୍ୟୁଟ ସହିତ ଆଲୋଚନା କରାଯିବ  । ସେହିପରି ଦକ୍ଷିଣ ଓଡ଼ିଶା ଏକ ନୂତନ ହାତୀ ଅଭୟାରଣ୍ୟ ତିଆରି କରାଯିବ । ବହୁ ସମୟରେ ହାତୀମାନେ ଦକ୍ଷିଣ ଓଡିଶା ମୂହାଁ ହେଉଥିବାରୁ ଗଂଜାମ ଓ କନ୍ଧମାଳ ଜିଲ୍ଲା ମଧ୍ୟରେ ଏହି ସଂରକ୍ଷିତ ଅଭୟାରଣ୍ୟ ଖୋଲାଯିବ ବୋଲି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ରାଜ୍ୟରେ ହାତୀଙ୍କ ସୁରକ୍ଷା ତଥା ସଂରକ୍ଷଣ ବିଷୟରେ ଆଲୋଚନା ପାଇଁ ସେଭ ଏଲିଫ୍ୟାଣ୍ଟ ଫଉଣ୍ଡେସନ ତରଫରୁ ଜୟଦେବ ଭବନ ରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଙ୍ଗଲ ବିଭାଗର ବହୁ ଅଫିସର ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ହାତୀ ମେରା ସାଥୀ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯିବା ସହ ହାତୀ ଓ ମଣିଷ ଭିତରେ କିପରି ସୁସମ୍ପର୍କ ରହିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।ଗୋଟିଏ ପଟେ ରାଜ୍ୟରେ ହାତୀ ମୃତ୍ୟୁ ସଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ କିଭଳି ଏହାକୁ ରୋକାଯାଇ ହାତୀ ଆବାଶସ୍ଥଳୀ ଗୁଡିକୁ ସୁରକ୍ଷିତ ରଖାଯିବ ସେ ନେଇ ଆଲୋଚନା ହୋଇଛି ।

ଗତବର୍ଷ ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତର ଅନୁଯାୟୀ ତିନି ବର୍ଷ ଭିତରେ 238 ଟି ହାତୀ ମରିଛନ୍ତି । ସେହିପରି ବନ୍ୟପ୍ରାଣୀ ଅପରାଧୀ ବିରୁଦ୍ଧରେ ଥିବା ମାମଲା ଗୁଡିକର ଶିଘ୍ର ଫଇସଲା ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ , ଖବର ଦାତାଙ୍କୁ ପୁରସ୍କାର ଓ ଡିଏଫଓ ଙ୍କ ଅଧୀନରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ପାଇଁ ସରକାର ବିଚାରଧୀନ ଥିବା କହିଥିବା ବେଳେ ଏଗୁଡିକ କେବେ ଗଠନ ହେବ ସେ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top