ନ୍ୟୁଜ୍

ଥମୁନି ହାତୀ ଆତଙ୍କ, ଖାଇଗଲେ ୧୫୦ରୁ ଅଧିକ ଧାନ ବସ୍ତା

Elephant

ଗଞ୍ଜାମ: ଥମୁନି ହାତୀ ଆତଙ୍କ । ହାତୀପଲ ଗାଁ ଭିତରେ ପସି ବ୍ୟାପକ କ୍ଷତକ୍ଷତି କରିଥିବା ଅଭିଯୋଗ ବାରମ୍ୱାର ହୋଇଆସୁଥିଲେ ମଧ୍ୟ ପୁଣି ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ଅଂଚଳରେ ପୁଣି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଖଳାରେ ପଶି ୧୫୦ରୁ ଅଧିକ ଧାନ ବସ୍ତା ଖାଇ ନଷ୍ଟ କରିଦେଇଛନ୍ତି ହାତୀପଲ । ହାତୀପଲଙ୍କ ଏଭଳି କାଣ୍ଡ କାରଣରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । କେତେବେଳେ ହାତୀପଲଙ୍କ ପାଇଁ କାହାର ଜୀବନ ଯାଉଛି ତ କେତେବେଳେ ହାତୀପଲ ଗାଁ ଭିତରେ ପସି ସୁବକିଛି ଖାଇ ଉଜାଡି ଦେଉଛନ୍ତି ।

କିଛି ଦିନ ହେବ ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଗୋବିନ୍ଦନଗର ଅଂଚଳରେ ୧୨ ଟିକିଆ ହାତୀପଲଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତକାଲି ରାତିରେ ଏହି ୧୨ ଟିକିଆ ହାତୀପଲ ଗାଁ ଭିତରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଅମଳ ଖଳାରେ ପଶି ୧୫୦ରୁ ଅଧିକ ଧାନ ବସ୍ତା ଖାଇ ଯିବା ସହ କିଛି ସ୍ଥାନରେ ଘର ଦ୍ୱାର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି । ହାତୀପଲଙ୍କ ଉତ୍ପାତ ଦେଖି ଗ୍ରାମବାସୀ ମଧ୍ୟ ଭୟଭୀତ ହୋଇପଡ଼ିଛନ୍ତି । ଏହା ସହ ଗ୍ରାମବାସୀ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗକୁ ଖବର ଦେଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top