ନ୍ୟୁଜ୍

ହାତୀ ଉପଦ୍ରବରେ ଫସଲ ନଷ୍ଟ, ଲୋକେ ଭୟଭୀତ

Elephant Terror

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ତେଲକୋଇ ଫରେଷ୍ଟ ରେଞ୍ଜ ଅଧିନସ୍ଥ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । କଦଳୀ, ପିଆଜ ଫସଲକୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛି । କଷ୍ଟକରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି ।

ରାତିରେ ଗାଁ ଦାଣ୍ଡରେ ହାତୀପଲ ବୁଲୁଥିବା ଦେଖି ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ସେପଟେ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରଵ ଲାଗିରହିଥିଲେ ବନବିଭାଗ ନିରବଦ୍ରଷ୍ଟା ସାଜିଛି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top