ନ୍ୟୁଜ୍

ମୟୂରଭଞ୍ଜ କରଞ୍ଜିଆରେ ମାତିଲେ ହାତୀ, ଜନଜୀବନ ଅସ୍ତବ୍ୟସ୍ତ

elephant

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ରରୁଆଁ ବ୍ଳକର ବୁଢ଼ୀପାଠ ଜଙ୍ଗଲରେ ଦିନ ତମାମ ୨୨ଟି ହାତୀପଲକୁ ଦେଖିବାକୁ ମିଳିଛି । ଦୟାପଶି ଗାଁରେ ଗତକାଲି ବିଳମ୍ବିତ ରାତ୍ରୀରେ ଜଗଦୀଶ ପାତ୍ରଙ୍କ ଘରକୁ ହାତୀପଲ ଭାଙ୍ଗି ଦେଇଛନ୍ତି । ଅଳ୍ପକେ ବଞ୍ଚିଗଲେ ତିନିଜଣ । ଧାନ ଦେଢ କୁଇଣ୍ଟାଲ ଖାଇବା, ଚାଉଳ ମଧ୍ୟ ଖାଇବା ସହ  ଅନେକ ଜିନିଷ ନଷ୍ଟ କରିଦେଇଛନ୍ତି ।

ଗତକାଲି ରାତିରେ ପ୍ରବଳ କୁହୁଡି ପଡିଥିବାରୁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଏହି ହାତୀପଲ ଅନେକ ସମୟରେ ଅନେକ କ୍ଷୟକ୍ଷତି କରୁଛନ୍ତି । ୪ମାସ ଭିତରେ ୨ ଟି ଜୀବନ ଯିବା ସହିତ ଅନେକ ଘର ନଷ୍ଟ କରିଦେଇଛନ୍ତି । ରାତିରେ ଗାଁ ଲୋକ ନ ଶୋଇ ନିଆଁ ଜାଳି ଜଗି ରହୁଛନ୍ତି । ବିଶେଷ କରି ଏହି ହାତୀପଲ ପାଇଁ ୪ ଟି ବ୍ଳକର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀ ପଲ ଆଜି ଦୟାପୋଷି ନିକଟ ପାହାଡ଼ ତଳେ ଥିବା ବନ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top