ରାଜ୍ୟ

ଚୋରି ହେବନି ଆପଣଙ୍କ ଡାଟା, ଆସନ୍ତାକାଲି ଲଞ୍ଚ ହେବ ସ୍ୱଦେଶୀ ଫେସବୁକ ‘ଏଲିମେଣ୍ଟସ୍’

ନୂଆଦିଲ୍ଲୀ: ଆସୁଛି ଦେଶୀ ଫେସବୁକ୍‌ ‘ଏଲିମେଣ୍ଟସ୍’ । ଲଞ୍ଚ ହେବାକୁ ଯାଉଛି ପ୍ରଥମ ଭାରତୀୟ ସୋସିଆଲ୍ ମିଡିଆ ଆପ୍ ‘ଏଲିମେଣ୍ଟସ୍’ | ଭାରତର ପ୍ରଥମ ସ୍ୱଦେଶୀ ସୋସିଆଲ ମିଡିଆ ଆପ୍ କୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଲଞ୍ଚ କରିବେ । ସୋସିଆଲ ମିଡିଆରେ ଡାଟା ଗୋପନୀୟତା ଉପରେ ସଙ୍କଟ ପରେ, ଏହି ଆପ୍ ଅଣାଯାଉଛି ଯେଉଁଥିରେ ଗୋପନୀୟତାକୁ ପ୍ରାଧାନ୍ୟ ଦିଆଯିବ  ।

ଏହା ଗୁଗଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି ଏହି ଆପ୍  । ଲଞ୍ଚ ପରେ ୟୁଜର୍ସ ଏହି ଆପକୁ ଡାଉନଲୋଡ୍ କରିପାରିବେ  । କୁହାଯାଉଛି ଯେ ଏକାସାଙ୍ଗରେ ଏହି ଆପରେ ଫେସବୁଲ, ଇଂଷ୍ଟାଗ୍ରାମ ଓ ୱାଟସଆପ୍ ଭଳି ସୁବିଧା ରହିଛି  । ଅନେକ ନୂଆ ନୂଆ ଫିଚର୍ସରେ ଭରପୁର ରହିଛି ଏହି ଆପ୍ ।

ତେବେ ଭାରତରେ ବହୁ ସଂଖ୍ୟକ ଲୋକ ସୋସିଆଲ ମିଡିଆ ବ୍ୟବହାର କରନ୍ତି  । ପରିସଂଖ୍ୟାନ ଅନୁଯାୟୀ ଦେଶରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା 500 ମିଲିୟନରୁ ଅଧିକ । ଏହା ସତ୍ତ୍ୱେ ବିଦେଶୀ କମ୍ପାନୀଗୁଡିକ ସୋସିଆଲ ମିଡିଆ ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି  । ସୋସିଆଲ ମିଡିଆରେ ଡାଟା ଗୋପନୀୟତା କ୍ଷେତ୍ରରେ ବିଦେଶୀ କମ୍ପାନୀଗୁଡିକ ବିଫଳ ହେଲାପରେ ଭାରତ ସରକାର ଏବେ ସ୍ୱଦେଶୀ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି | ତେଣୁ, ଏହି ସୋସିଆଲ ମିଡିଆ ଆପରେ ଡାଟା ଗୋପନୀୟତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top