ଦେଶ

100 କୋଟି ଛୁଇଁବା ସହ ଅଜୟ ଦେବଗନ୍‌ଙ୍କ ପାଇଁ ଦୁଇଟି ଗୁଡ୍‌ ନ୍ୟୁଜ୍‌…

Tanaji

ଅର୍ଗସ ବ୍ୟୁରୋ: ଅଜୟ ଦେବଗନ୍‌ଙ୍କ ଫିଲ୍ମ ତାନାଜୀ ରିଲିଜ୍‌ ହେବା ପୂର୍ବରୁ ଯେତିକି ଚର୍ଚ୍ଚାରେ ନଥିଲା, ରିଲିଜ୍‌ ହେବା ପରେ କିନ୍ତୁ ଏବେ ଢ଼େର୍‌ ଚର୍ଚ୍ଚାରେ ରହିଛି । ଅଜୟ ଦେବଗନ୍‌ଙ୍କ ଏହି ଫିଲ୍ମ ଲୋକ ଯେତେ ଦେଖୁଛନ୍ତି ସେତେ ଅଧିକ ପସନ୍ଦ କରୁଛନ୍ତି । ପ୍ରତିଦିନ ଏହି ଫିଲ୍ମର ବ୍ୟବସାୟ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ଫିଲ୍ମଟି 100 କୋଟି ଟପି ସାରିଥିବା ବେଳେ ଆଉ ଦୁଇଟି ଗୁଡ୍‌ ନ୍ୟୁଜ୍‌ ମିଳିଛି ଅଜୟ ଦେବଗନ୍‌ଙ୍କୁ ।

ଏବେ ହରିୟାଣାରେ ଏହି ଫିଲ୍ମକୁ ଟାକ୍ସ ଫ୍ରି କରି ଦିଆଯାଇଛି । ଏଏନ୍‌ଆଇର ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ମଧ୍ୟ ଖୁବ୍‌ ଶୀଘ୍ର ଏହି ଫିଲ୍ମ ଟାକ୍ସ ଫ୍ରି ହେବାର ସମ୍ଭାବନା ରହିଛି । ମହାରାଷ୍ଟ୍ରର ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ କହିବାନୁଯାୟୀ, କ୍ୟାବିନେଟ୍‌ ମିଟିଂରେ ମଧ୍ୟ ତାନାଜୀକୁ ଟାକ୍ସ ଫ୍ରି କରିବା ନେଇ ଚର୍ଚ୍ଚା ହୋଇଛି । ବୈଠକରେ ସମସ୍ତେ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି । ଖୁବ୍‌ ଶୀଘ୍ର ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ, ଏହି ଫିଲ୍ମ ସହ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ଛପାକ୍‌ ରିଲିଜ୍‌ ହୋଇଥିଲା । ଯାହାକି ଭଲ ରୋଜଗାର କରିପାରିନି, କି ଲୋକଙ୍କ ମନକୁ ଛୁଇଁ ପାରିନାହିଁ । ତାନାଜୀ ଓ ଛପାକ୍‌ ଦୁଇଟି ଯାକ ସତ୍ୟ କାହାଣୀ ଉପରେ ଆଧାରିତ । ତେବେ ଛପାକ୍‌ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ଟାକ୍ସ ଫ୍ରି ଘୋଷଣା କରାଯାଇଛି ।

ବୁଧବାର ତାନାଜୀ 100 କୋଟି କ୍ଲବ୍‌ରେ ଦମ୍‌ଦାର ଏଣ୍ଟ୍ରି କରିସାରିଛି । ଅଜୟ ଦେବଗନ୍‌ଙ୍କ ଏହା 100 ତମ ଫିଲ୍ମ । 2020ର ପ୍ରଥମ ଫିଲ୍ମ ଭାବେ ଏହି ଫିଲ୍ମ 100 କୋଟି କ୍ଲବ୍‌ରେ ସାମିଲ ହୋଇଛି । ଏହି ଫିଲ୍ମର ବଜେଟ୍‌ ରହିଛି 150 କୋଟି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top