ନ୍ୟୁଜ୍

ମିସ୍‌ ଇଣ୍ଡିଆ ନଫିଶାଙ୍କ ସଂଘର୍ଷମୟ କାହାଣୀ…

Nasifa

ଅର୍ଗସ ବ୍ୟୁରୋ: ନଫିଶା ଅଲ୍ଲୀ, ଜଣେ ପପୁଲାର ଆକ୍ଟ୍ରେସ୍ । ଲାଇଫ୍ ଇନ୍ ଏ ମେଟ୍ରୋ ଓ ଗୁଜାରିଶ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ତାଙ୍କର ଜୀବନ୍ତ ଅଭିନୟ । ଯାହା ଦର୍ଶକଙ୍କ ହୃଦୟ ଜିତିଥିଲା । ମିସ୍‌ ଇଣ୍ଡିଆ ଟାଇଟଲ୍ ଜିତିଥିବା ନଫିଶା ଅଲ୍ଲୀ, ନିଜ କ୍ୟାରିୟରରେ ଖୁବ୍‌ କମ ଚଳଚ୍ଚିତ୍ରରେ କାମ କରିଛନ୍ତି । ହେଲେ ତାଙ୍କ ଅଭିନୟ ଦ୍ୱାରା ସେ ଲୋକମାନଙ୍କର ପ୍ରଂଶସା ସାଉଁଟିଛନ୍ତି । 1957, ଜାନୁଆରୀ 18 ତାରିଖରେ କୋଲକତାରେ ହୋଇଥିଲା ନଫିଶାଙ୍କ ଜନ୍ମ । କ୍ୟାରିୟର ଆରମ୍ଭରେ ସେ ଜଣେ ସକ୍ସେସଫୁଲ୍ ମଡେଲ୍‌ ଥିଲେ । 1972-74 ଯାଏଁ ସେ ନାସନାଲ୍ ସ୍ୱିମିଙ୍ଗ ଚାମ୍ପିଅନ ମଧ୍ୟ ଥିଲେ । ଏହାପରେ 1976ରେ ତାଙ୍କର ଆକ୍ଟିଙ୍ଗ୍ କ୍ୟାରିୟର ଆରମ୍ଭ ହୋଇଥିଲା । ଯାହା ତାଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ୍ ଥିଲା । ସେହିବର୍ଷ ନଫିଶା ଫେମିନା ମିସ୍ ଇଣ୍ଡିଆର ଟାଇଟଲ୍ ମଧ୍ୟ ହାତେଇ ଥିଲେ ।

1979ରେ ଫିଲ୍ମ ଜୁନୁନ୍‌ରେ ଚାଇଲ୍ଡ ଅର୍ଟିଷ୍ଟ ଭାବେ ସେ ନଜର ଆସିଥିଲେ । ଏହାପରେ ପରେ ସେ ଆତଙ୍କ, ମେଜର୍ ସାହାବ, ଲାଇଫ୍ ଇନ୍ ଏ ମେଟ୍ରୋ, ଗୁଜାରିଶ୍, ୟମଲା ପଗଲା ଦିୱାନା, ସାହେବ ବିବି ଔର ଗ୍ୟାଙ୍ଗଷ୍ଟର 3 ଭଳି ଫିଲ୍ମରେ ନଜର ଆସିଛନ୍ତି ।

ନଫିଶା ଅଲ୍ଲୀ ପୂର୍ବତନ କର୍ଣ୍ଣଲ୍ ତଥା ପୋଲୋ ଖିଲାଡ଼ି ରହିଆସିଥିବା ରଣବୀର ସିଂ ସୋଢୀଙ୍କୁ ବିବାହ କରିଥିଲେ । ତେବେ ପରିବାର ବିରୋଧରେ ଯାଇ ସେ ରଣବୀରଙ୍କ ସହ କୋଲକତାରେ ରେଜିଷ୍ଟର୍ଡ୍ ମ୍ୟାରେଜ୍ କରିଥିଲେ । ବିବାହ ପରେ ରଣବୀରଙ୍କ ପରିବାର ମଧ୍ୟ ନଫିଶାଙ୍କୁ ଆପଣାଇ ନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ପରିବାରରେ ସାମିଲ ହୋଇଯାଇଥିଲେ । ତାଙ୍କ ଜୀବନରେ ଏକ ସ୍ଥିରତା ଆସିଥିଲା, ଯେତେବେଳେ ତାଙ୍କୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିଥିଲା । 2018ରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କୁ କ୍ୟାନ୍ସରର ତୃତୀୟ ଷ୍ଟେଜ୍‌ । ତେବେ କ୍ୟାନ୍ସର ସହ ଜୀବନ ଯୁଦ୍ଧ ଲଢିଥିବା ଜଣେ ଯୋଦ୍ଧା ମଧ୍ୟ ସେ ପାଲଟିଛନ୍ତି । 2005ରେ ଚିଲଡ୍ରେନ୍ସ୍ ଫିଲ୍ମ ସୋସାଇଟି ଅଫ୍ ଇଣ୍ଡିଆର ଚେୟାର ପର୍ସନ୍ ଭାବେ ସେ ନିଯୁକ୍ତ ହୋଇଥିଲେ । ତେବେ ନଫିଶା ଅଲ୍ଲୀଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ କାମନା ସହ ଅର୍ଗସ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top