ମନୋରଞ୍ଜନ

ହାପି ବର୍ଥ ଡେ ସୋନାକ୍ଷୀ: ୩୩ ବର୍ଷରେ ପାଦ ଥାପିଲେ ଦବଙ୍ଗ ଗର୍ଲ

sona

ନୂଆଦିଲ୍ଲୀ:  ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଆଜି ଜନ୍ମଦିନ । ବଲିଉଡରେ ଆଗ ଧାଡିର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜି ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଜୁନ୍ ୨ ତାରିଖ ୧୯୮୭ ମସିହା ବିହାରର ପାଟନାରେ ଜନ୍ମ ଗ୍ରହଣ କରିଥିଲେ ସୋନାକ୍ଷୀ । ବଲିଉଡର ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ପୁଣମ୍ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା । ଆକ୍ସନ ଫିଲ୍ମ ଦବଙ୍ଗରୁ ସଲମାନ ଖାନଙ୍କ ସହ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସୋନାକ୍ଷୀ । ଯାହା ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ଼ ମିଳିଥିଲା । କେବଳ ଯେ ଆକ୍ସନ ଫିଲ୍ମ ପାଇଁ ନୁହେଁ ବରଂ ରୋମାନଣ୍ଟିକ୍ ଫିଲ୍ମ ଲୁଟେରାରେ ମଧ୍ୟ ନିଜ ଅନ୍ଦାଜ୍ ରେ ଅଭିନୟ କରି ବେଷ୍ଟ୍ ହିରୋଇନ ଆୱାର୍ଡ ପାଇଥିଲେ ।

ନବାଗତା ନାୟିକା ଭାବେ ସଫଳତା ପାଇ ଗୋଟିଏ ପରେ ଗୋଟିଏ ସିନେମା କରି ପ୍ରଶଂସକଙ୍କୁ ପ୍ରଭାବିତ କରିଥିଲେ । କେବଳ ଯେ ଆକ୍ସନ ଫିଲ୍ମ ନୁହେଁ, ରୋମାନଣ୍ଟିକ, ରିୟଲ୍ ଷ୍ଟୋରୀ ଥିବା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ସୋନାକ୍ଷୀ ସିହ୍ନା । ରାଓଡି ରାଠୋର୍, ସନ୍ ଅଫ୍ ସରଦାର୍, ଦବଙ୍ଗ ୨, ହଲିଡେ, ତେବର, ଲୁଟେରା, ମିଶନ୍ ମଙ୍ଗଲ୍ ଭଳି ହିଟ୍ ଫିଲ୍ମରେ ନିଜର ଜଲୱା ଦେଖାଇଛନ୍ତି ସୋନାକ୍ଷୀ । ତେବେ ସୋନାକ୍ଷୀଙ୍କୁ ସବୁ ମହଲରୁ ଆଜି ଶୁଭେଚ୍ଛାର ଶୁଅ ଛୁଟିଛି । ଅର୍ଗସ ପରିବାର ତରଫରୁ ସୋନାକ୍ଷୀ ସିହ୍ନାଙ୍କ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top