ଦେଶ

ସୁଶାନ୍ତଙ୍କ ଘରେ ପହଞ୍ଚିଲେ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ:  ହଠାତ୍ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଅନେକ ଲୋକଙ୍କୁ ଚକିତ କରିଛି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ଅବସ୍ଥା ଭଲ ନଥିଲା । ଆଜି(ମଙ୍ଗଳବାର) ଅଙ୍କିତା ମୁମ୍ୱାଇ ବାନ୍ଦ୍ରା ସ୍ଥିତ ସୁଶାନ୍ତଙ୍କ ଫ୍ଲାଟରେ ପହଞ୍ଚିଥିଲେ । ତେବେ ଅଙ୍କିତା ଲୋଖଣ୍ଡେଙ୍କ ସହ ଆଉ କିଛି ଜଣ ମଧ୍ୟ ନଜର ଆସିଛନ୍ତି । ଅଙ୍କିତା ବହୁତ ଦୁଃଖୀ ଥିବା ଦେଖାଯାଉଛି । ସେ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିଛନ୍ତି । ଅଙ୍କିତାଙ୍କ ସହ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ସନ୍ଦୀପ ସିଂ ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅଙ୍କିତାଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ । କିନ୍ତୁ ଅଭିନେତ୍ରୀଙ୍କ ବନ୍ଧୁମାନେ କହିଛନ୍ତି ଯେ ଅଙ୍କିତାଙ୍କ ଅବସ୍ଥା ଆଦୌ ଭଲ ନାହିଁ । ଅଙ୍କିତା ଏବଂ ସୁଶାନ୍ତ ଶୋ ’ପବିତ୍ର ରିସ୍ତା’ରେ ଏକାଠି କାମ କରିଥିଲେ। ପୂର୍ବରୁ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । ସେ ମଧ୍ୟ ବିବାହ କରିବାକୁ ଯାଉଥିଲେ। କିନ୍ତୁ 6 ବର୍ଷ ସମ୍ପର୍କରେ ରହିବା ପରେ ସେମାନେ ଅଲଗା ହୋଇଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top