ଅପରାଧ

ଯଦି ଟଙ୍କା ନ ଥିଲା, ମୃତକଙ୍କ ପରିବାରକୁ କାହିଁକି ଦେଉଥିଲ ଚେକ୍ ?

Naveen cheque Bounce

ଭୁବନେଶ୍ୱର: ଏକମାତ୍ର ରୋଜଗାରକ୍ଷମ ଯୁବକ ପୁଅକୁ ହରାଇ ସଂପୂର୍ଣ୍ଣରୂପେ ଭାଙ୍ଗି ପଡ଼ିଥିଲେ ଦେବଗଡ଼ ଜିଲ୍ଲା ଝରାକଣ୍ଢଳ ଗାଁର ଦୁର୍ଯ୍ୟୋଧନ ଗୁରୁ । ୨୫ବର୍ଷୀୟ ପୁଅ ଘନଶ୍ୟାମ ପରିବାରକୁ ଆହାର ଯୋଗାଇବା ପାଇଁ କୋରାପୁଟ ଜିଲ୍ଳା ପଥର ଖାଦାନକୁ କାମ କରିବାକୁ ଯାଇଥିଲା । କିନ୍ତୁ ସେହି ଖାଦାନରୁ ଫେରିଲା ଘନଶ୍ୟାମର ମୃତଦେହ । ତତକ୍ଷଣାତ ମୃତକଙ୍କ ପରିବାର ପାଇଁ ୬ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀ । ହେଲେ ଏହି ସହାୟତା ଘୋଷଣା ମୃତକଙ୍କ ବାପାଙ୍କ ଆଖିର ଲୁହ ତ ପୋଛି ପାରିଲାନି, ଏହା କଟାଘାରେ ଚୂନ ସାଜିଲା । କୋରାପୁଟ ଜିଲ୍ଲାପାଳ କେ.ଏସ୍ ସୁଦର୍ଶନ ଚକ୍ରବର୍ତ୍ତୀ ଘୋଷଣା ମୁତାବକ ପାଇଥିବା ଚେକ୍ ଧରି ବ୍ୟାଙ୍କକୁ ଗଲା ପରେ ଦୁର୍ଯ୍ୟୋଧନ ଜାଣିଲେ ଯେ ମିଳିମିଶି ତାଙ୍କୁ ଠକିଦେଲେ । ବାଉନ୍ସ ହୋଇଛି ଇଣ୍ଡିଆନ ରେଡକର୍ସ ସୋସାଇଟି ଦ୍ୱାରା ପ୍ରଦାନ ହୋଇଥିବା ଦୁଇ-ଦୁଇଟି ଚେକ୍ ।

Duryodhan

ପୁଅହରା ବାପା ସହ ଜାଲିଆତି!
ତେବେ ୨୦୧୮ ମେ ମାସ ୩୧ ତାରିଖରେ କୋରାପୁଟ ରାଣିଗଡ ପଥର ଖାଦାନରେ ଅତଡା ଖସି ଦେବଗଡ ଜିଲ୍ଲା ଝରାକଣ୍ଢଳ ଗ୍ରାମର ଦୁର୍ଯ୍ୟୋଧନଙ୍କ ପୁଅ ଘନଶ୍ୟାମଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ୧୨ ଦିନ ପରେ ପଥର ଚାପି ହୋଇଥିବା ଖାଦାନ ମଧ୍ୟରୁ ମୃତଦେହ ଉଦ୍ଧାର ହୋଇ ପରିବାରକୁ ହସ୍ତାନ୍ତର ହୋଇଥିଲା ।

stone

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ । କୋରାପୁଟ ଜିଲ୍ଲାପାଳ ମଧ୍ୟ ରେଡକ୍ରସ ପାଣ୍ଠିରୁ ଏକଲକ୍ଷ ଟଙ୍କା ଚେକ ଆକାରରେ ପ୍ରଦାନ କରିଥିଲେ । କୋରାପୁଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆକାଉଣ୍ଟ ନମ୍ବର୧୨୨୮୦୦୮୪୨୦୯ଚେକ୍ ନମ୍ବର ୩୭୬୫୧୯ରେ ୫ଲକ୍ଷ ଏବଂ ୩୭୬୫୨୦ରେ ୧ଲକ୍ଷ ଟଙ୍କା ଗତ ୧୩ଜୁନ୍‌ ୨୦୧୮ରେ ଦୁର୍ଯ୍ୟୋଧନ ଗୁରୁଙ୍କ ନାଁରେ ପ୍ରଦାନ କରାଯାଇଥିଲା । ଏହାକୁ ମୃତକଙ୍କ ବାପା ଦୁର୍ଯ୍ୟୋଧନ ୨୬ଜୁନ ୨୦୧୮ରେ ସମ୍ବଲପୁର ଡିଷ୍ଟ୍ରିକ୍ଟ କୋପରେଟିଭ୍ ସେଣ୍ଟ୍ରାଲ(ଏସଡିସିସି) ବ୍ୟାଙ୍କରେ ଜମା କରିଥିଲେ । ତେବେ କୋରାପୁଟ ରେଡକ୍ରସ୍ ସୋସାଇଟି ସମ୍ପାଦକଙ୍କ ଦସ୍ତଖତରେ ଦିଆଯାଇଥିବା ଏହି ଚେକର ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥିବା ଦର୍ଶାଇ ଏସ୍‌ଡିସିସି ବ୍ୟାଙ୍କ ପକ୍ଷରୁ ଚେକ ଦୁଇଟିକୁ ଫେରସ୍ତ କରି ଦିଆଯାଇଛି ।

bank

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା ଅନୁକମ୍ପା ରାଶିରେ ଏହା ଠକାମୀ ନୁହେଁ କି ? ଏଠାରେ ପ୍ରଶ୍ନ ଉଠୁଛି ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥିବା କଥା କୌଣସି ଅଧିକାରୀ ଜାଣି ନାହାନ୍ତି ନା ଖାମଖିଆଲି ଭାବେ ଏପରି କରାଯାଇଛି ? ବାଉନ୍ସ ଚେକ୍ ଦେଇ ଭୁତେଇ ଦେବା ପାଇଁ ଉଦ୍ୟମ କରିଛନ୍ତି କି ସରକାର ? ଦୁର୍ଯ୍ୟୋଧନ ଦେବଗଡ଼ ଭଳି ଏକ ଅନୁନ୍ନତ ଜିଲ୍ଲାର ହୋଇଥିବାରୁ ଭାଗ୍ୟକୁ ଆଦରି ଅସନ୍ତୋଷ ପ୍ରକାଶ କରିବେନି ବୋଲି ଚିନ୍ତା କରୁଥିଲେ କି ସରକାର ?

cheque1

ଅବଶ୍ୟ ଦୁର୍ଯ୍ୟୋଧନ ଗତକାଲି( ଶୁକ୍ରବାର) ଦେବଗଡ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜର କ୍ଷୋଭ ଜଣାଇଛନ୍ତି ।

Duryodhan Guru

ଜେଲଦଣ୍ଡ କାହାକୁ ?
ତେବେ ନେଗୋସିବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟର ଧାରା ୧୩୮ ଆଧାରରେ ଏହି ସରକାରୀ ଚେକ୍ ବାଉନ୍ସ ଲାଗି କିଏ ଦାୟୀ ହେବ ।

Cheque2

ଆଉ ଏହି ଫୌଜଧାରୀ ଅପରାଧ ପାଇଁ ଯଦି ଦୁର୍ଯ୍ୟୋଧନ ଆଇନର ଦ୍ୱାରସ୍ଥ ହେବେ, ତେବେ କାହାକୁ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଅଥବା ଯଦି ଦୁର୍ଯ୍ୟୋଧନଙ୍କୁ ୬ଲକ୍ଷ ବଦଳରେ ଫାଇନ ସହ ୧୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପଡ଼ିବ । କିଏ ଦେବ ୧୨ ଲକ୍ଷ ଟଙ୍କା ?              (ଏହି ଷ୍ଟୋରୀକୁ ଲେଖିଛନ୍ତି ବିଜୟ କେତନ ବରାଳ)

Click to comment

Leave a Reply

Your email address will not be published. Required fields are marked *

Most Popular

To Top