X
Breaking News
ନ୍ୟୁଜ୍

ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

ex mla

କନ୍ଧମାଳ: ପରଲୋକରେ ପୂର୍ବତନ ବାଲିଗୁଡା କଂଗ୍ରେସ ବିଧାୟକ ସାହୁରା ମଲ୍ଲିକ । ଆଜି ସକାଳ 4ଟା 15ମିନିଟ୍ ସମୟରେ ବାଲିଗୁଡା ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା । ତେବେ ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ।

ବାଲିଗୁଡା ନିର୍ବାଚନମଣ୍ଡଳୀରେ ସେ ବିଧାନ ସଭାକୁ ତିନିଥର ନିର୍ବାଚିତ ହୋଇଥିଲେ । ଗତ 1974 ମସିହାରୁ 1980 ଏବଂ 1980 ମସିହାରୁ 85  ଏବଂ 1995 ମସିହାରୁ 2000 ମସିହା ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ପରଲୋକର ଖବର ଜାଣିବା ପରେ କଂଗ୍ରେସ କର୍ମୀ ଓ ବାଲିଗୁଡା ଜନସାଧାରଣଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତଃ ବିଧାୟକ ସାହୁରା ମଲ୍ଲିକଙ୍କ ଶେଷ ଦର୍ଶନ କରିବା ପାଇଁ କଂଗ୍ରେସ ନେତା ଓ କର୍ମୀଙ୍କ ସୁଅ ଛୁଟୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top