ଅପରାଧ

ଆଇପିଏସ୍‌ ଅଧିକାରୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ସାଇବର ଠକେଇର ନୂଆ ଫଣ୍ଡା । ଫେସବୁକ୍ ହ୍ୟାକ୍ କରି ମାଗୁଛନ୍ତି ଟଙ୍କା । ପୁଣି ଜଣେ ଆଇପିଏସ ଅଧିକାରୀଙ୍କ ଫେସବୁକ ହ୍ୟାକ୍ କରି ଟଙ୍କା ମାଗୁଛନ୍ତି ହ୍ୟାକର । ଫ୍ରେଣ୍ଡ୍ ଲିଷ୍ଟରେ ଥିବା ସାଙ୍ଗଙ୍କୁ ମାଗୁଛନ୍ତି ଅର୍ଥ ।

ଏମିତି  ଅଭିଯୋଗ ଆଣିଛନ୍ତି ଆଇପିଏସ୍ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ସେ କହିଛନ୍ତି ଲିଷ୍ଟରେ ଥିବା ସାଙ୍ଗକୁ ମାଗୁଛନ୍ତି ଟଙ୍କା । ସାଙ୍ଗମାନଙ୍କ ଠାରୁ ଖବର ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଇପିଏସ୍ ଅଧିକାରୀ । ସେଥିପାଇଁ ନିଜେ ଏନେଇ ସୂଚନା ଦେଇଛନ୍ତି ଆଇପିଏସ୍ ଅଧିକାରୀ ।

ବର୍ତ୍ତମାନ ରେଳବାଇ  ତଥା କୋଷ୍ଟାଲ ଏଡିଜି ଅଛନ୍ତି ପ୍ରାଣବିନ୍ଦୁ ଆଚାର୍ଯ୍ୟ । ଏନେଇ ସେ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି । ପୂର୍ବରୁ କମିଶନରେଟ ପୋଲିସ ଏସିପି, ପୂର୍ବତନ ପୋଲିସ ଡିଜିଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top