ଦେଶ

ରାତିସାରା ଚାଲିଲାନି ସୋସିଆଲ ମିଡିଆ: ହନ୍ତସନ୍ତ ହେଲେ ୟୁଜର୍ସ

social media

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସହ ଆବାଳ ବୃଦ୍ଧ ବନିତା ସମସ୍ତେ ଜଡିତ । ଗତକାଲି ରାତିରେ ଫେସବୁକ୍, ହ୍ୱାଟ୍ସଆପ୍, ଇନ୍‌ଷ୍ଟାଗ୍ରାମ ଓ ଟ୍ୱିଟର୍ ସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ସୋସିଆଲ ମିଡିଆ ରାତିରେ ଗ୍ରାହକମାନଙ୍କୁ କରିଥିଲା ହଟହଟା । ଚାଲିନଥିଲା ଫେସବୁକ୍, ହ୍ୱାଟସ୍ଆପ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର୍ ।

ଭାରତ ସମେତ ସାରା ଦେଶରେ ବୁୁଧୁବାର ରାତିରେ ନେଟ୍‌ର ସରବରାହ ଡାଉନ୍ ହୋଇଯିବାରୁ ଗ୍ରାହକ ମାନଙ୍କର ବ୍ୟସ୍ତତା ବଢିଯାଇଥିଲା । ରାତି ସାରା ଦେଶର ଲୋକମାନେ ସରବରାହ ଡାଉନ୍ ଯୋଗୁ ହନ୍ତସନ୍ତ ହୋଇଯାଇଥିଲେ ।  ତେବେ ଏହା ଗୁରୂୁବାର ସକାଳୁ ଠିକ୍ ହେବା ପରେ ଗ୍ରାହକ ମାନଙ୍କୁ ଆସ୍ୱସ୍ତି ମିଳିଛି । ବୁଧୁବାର ରାତି ୯ ଟା ବେଳେ ହଠାତ୍ ସୋସିଆଲ ମିଡିଆର କୌଣସି ସାଇଟ୍ ଖୋଲିନଥିଲା  । ସୋସିଆଲ ମିଡିଆ ବ୍ୟବହାର କରୁଥିବା ଗ୍ରାହକ ମାନେ ଫଟୋ ପୋଷ୍ଟ, ଡାଉନଲୋଡ୍ ଆଦି  କରିବାରେ ସମସ୍ୟା ଉପୁଜିଥିଲା ।

ଗୁରୁବାର ସକାଳ ୫ଟା ପରେ ଫେସବୁକ୍ ଓ ଟ୍ୱିଟର୍ ଏନେଇ ଟ୍ୱିଟର୍  କରି ଜଣାଇଥିଲା ଯେ, ସର୍ଭର୍ ସମସ୍ୟା ଠିକ୍ ହେଲା ବୋଲି  ସ୍ପଷ୍ଟ କରିଥିଲେ ।  ଫେସବୁକ୍ ଟ୍ୱିଟର୍ କରି ଲେଖିଥିଲା ଯେ, ଆମର ଆପ୍ଲିକେଶନ ଏବଂ ପ୍ଲାଟଫର୍ମସରେ ଫଟୋ, ଭିଡିଓ, ଅନ୍ୟ ଫାଇଲ୍ ପୋଷ୍ଟ ଓ ଡାଉନ୍‌ଲୋଡ୍ କରିବାରେ ଯେଉଁ ସମସ୍ୟା ଉପୁଜୁଥିଲା ତାହା ଏବେ ସମ୍ପୂର୍ଣ ଠିକ୍ ହୋଇସାରିଛି । ଏହି ସମସ୍ୟା ପାଇଁ କ୍ଷମା ପାର୍ଥନା ମଧ୍ୟ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top