ଦେଶ

କଡାକଡି ହେବ ସୋସିଆଲ ମିଡିଆ: ଫେକ୍ ଆଇଡି ଉପରେ ଲାଗିବ ରୋକ୍‌, ସରକାର ଆଣୁଛନ୍ତି ନୂଆ ବିଧେୟକ

Sosial media

ନୂଆଦିଲ୍ଲୀ: କଡାକଡି ହେବାକୁ ଯାଉଛି ସୋସିଆଲ ମିଡିଆ। ସୋସିଆଲ ମିଡିଆ ଉପରେ ରୋକ୍‌ ଲଗାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏନେଇ ଆସୁଛି ଏକ ନୂଆ ଆଇନ୍‌ । ଏହି ଆଇନ୍‌ ଅନୁଯାୟୀ ଖୁବ୍‌ ଶିଘ୍ର ସୋସିଆଲ ମିଡିଆ ଆପ୍‌ର ବ୍ୟବହାର କରୁଥିବା କୋଟି କୋଟି ଉପଭୋକ୍ତାକୁ ନିଜ ନିଜର ଭେରିଫିକେଶନ କରିବକୁ ପଡିପାରେ । ସରକାର ଏଥିପାଇଁ ସଂସଦର ଚାଲୁଥିବା ଅଧିବେଶନରେ ଏହି ନୂଆ ବିଧେୟକ ଉପସ୍ଥାପନ କରିପାରନ୍ତି ।

ଏହି ବିଲ୍‌ ପାସ୍‌ ହେବା ପରେ ଓ୍ୱାଟସ୍‌ଆପ, ଫେସବୁକ୍‌, ଇନଷ୍ଟାଗ୍ରାମ, ଟିକଟକ୍‌ ପରି  ଆପର ବ୍ୟବହାର କରିବା ପୂର୍ବରୁ  ବ୍ୟବହାରକାରୀଙ୍କୁ ପ୍ରଥମେ ଭେରିଫିକେଶନ କରିବାକୁ ପଡିବ । ଭୁଲ ଖବର ଓ ଫେକ୍‌ ଆଇଡି ଉପରେ ଲଗାମ ଲଗାଇବା ପାଇଁ ଏହି ନୂଆ ବିଧେୟକ ଆସୁଛି । ଏଥିପାଇଁ କମ୍ପାନୀମାନଙ୍କୁ ଏକ ମେକାନିଜିମ୍‌ ପ୍ରସ୍ତୁତ କରିବାକୁ ପଡିବ। ସେଥିରେ ଏହି ଭେରିଫିକେଶନ ବ୍ୟବସ୍ଥାକୁ  କମ୍ପାନୀଗୁଡିକ ପବ୍ଲିକରେ  ଦେଖାଇବାକୁ ମଧ୍ୟ ପଡିବ ଯେପରି ଟୁଇଟରେ ହେଉଛି ।

ରୟଟର୍ସ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏଥର ଭେରିଫିକେଶନ ଫର୍ମ ଭରିବାକୁ ପଡିବ । ଏଥିପାଇଁ ପ୍ୟାନ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ଅଥବା ପାସପୋର୍ଟ ପରି ସରକାରୀ ଡକ୍ୟୁମେଣ୍ଟ ଦେଇ ସୋସିଆଲ ମିଡିଆରେ ଏକାଉଣ୍ଟ ଖୋଲିବେ ବ୍ୟବହାରକାରୀ । ଯାହାଦ୍ୱାରା ସୋସିଆଲ ମିଡିଆରେ ଚାଲୁଥିବା ଫେକ ଆକାଉଣ୍ଟକୁ ହଟାଇବା ଓ  ଏହି ଫେକ୍‌ ଲୋକଙ୍କ ପରିଚୟ ମିଳିବାରେ ସହଜ ହେବ ସରକାଙ୍କୁ ।

ଏବ ସରକାର ସଂସଦରେ ଚାଲିଥିବା ଶିତକାଳିନ ଅଧିବେଶନରେ ଏହି ବିଧେୟକ ଉପସ୍ଥାପନ କରିବେ । ସୁଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ,  ବିଲ୍‌ର ଚର୍ଚ୍ଚା ପ୍ରଥମେ ସଂସଦକୁ ଯିବ। ଇଲେକଟ୍ରୋନିକ୍‌ସ ଓ ସୂଚନା ପ୍ରାଦୌଗିକ ମନ୍ତ୍ରଣାଳୟ ଏହି ବିଲ୍‌କୁ କ୍ୟାବିନେଟ୍‌ କୁ ପଠାଇଦେଇଛନ୍ତି ବୋଲି ମନ୍ତ୍ରୀ ପ୍ରକାଶ ଜାବଡେକର  ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top